Only for Entertainment

ତିନି ମାସ ପର୍ଯ୍ୟନ୍ତ ସ୍ୱାମୀଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ଶ୍ରୀଦେବୀ !

YouTube
0 142

ବଲିଉଡରେ ନିଜର ଦବଦବା ବିସ୍ତାର କରିବା ପୂର୍ବରୁ ଶ୍ରୀଦେବୀ ତାମିଲ, ତେଲଗୁ, ମଲୟାଲାମ ଏବଂ କନ୍ନଡ ଫିଲ୍ମରେ ନିଜର ଅଭିନୟର ଛାପ ଛାଡିଥିଲେ । ପିଲା ଦିନରୁ ହିଁ ଅଭିନୟର ପ୍ରତି ଆକୃଷ୍ଠ ଥିବା ଶ୍ରୀଦେବୀ ବଲିଉଡକୁ ଚାନ୍ଦନୀ, ମିଷ୍ଟର ଇଣ୍ଡିଆ, ମଁମ ପରି ଅନେକ ସୁପର ହିଟ ଫିଲ୍ମ ଉପହାର ଦେଇଛନ୍ତି । କେବଳ ୫୪ ବର୍ଷରେ ଶ୍ରୀଦେବୀଙ୍କର ନିଧନ ହେବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ପୂର୍ବବର୍ଷ ଶ୍ରୀଦେବୀଙ୍କ ଫିଲ୍ମ ‘ମଁମ’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସେ ଜଣେ ମା’ର ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମକୁ ନେଇ ସେ ଏତେ ପରିଶ୍ରମ କରିଥିଲେ ଯେ ସେ ଭୁଲି ଯାଇଥିଲେ ଏହି ଫିଲ୍ମର ପ୍ରଡ୍ୟୁସର ତାଙ୍କର ପତି ବୋନି କପୁର ବୋଲି ।

ସୂଚନା ଅନୁସାରେ, ଯେଉଁ ସମୟରେ ଫିଲ୍ମ ମଁମର ଟ୍ରେଲର ରିଲିଜ ହୋଇଥିଲା ସେହି ସମୟରେ ଶ୍ରୀଦେବୀ ଏହି କଥା ମିଡିଆ ସହିତ ଶେୟାର କରିଥିଲେ । ଶ୍ରାଦେବୀ କହିଥିଲେ ଯେ ଫିଲ୍ମର ପ୍ରସ୍ତୁତି କରିବା ପାଇଁ ସେ ତିନି ମାସ ପର୍ଯ୍ୟନ୍ତ ତାଙ୍କ ପତି ବୋନି କପୁରଙ୍କ ସହିତ କଥାବାର୍ତ୍ତା କରିନଥିଲେ । ସେ କହିଥିଲେ ଯେ ‘ତିନି ମାସ ପର୍ଯ୍ୟନ୍ତ ମୁଁ ବୋନିଙ୍କ ସହିତ ସ୍ୱାମୀଙ୍କ ପରି କଥାବାର୍ତ୍ତା କରିନଥିଲି । ସକାଳେ କେବଳ ଶୁଭ ସକାଳ ଏବଂ ପ୍ୟାକ ଅପ ପରେ କେବଳ ଶୁଭ ରାତ୍ରି କହିଥିଲି । ଆମ ଭିତରେ କେବଳ ଏତିକି କଥାବାର୍ତ୍ତା ହେଉଥିଲା ।’

ଏହି ଫିଲ୍ମର ନିର୍ଦ୍ଦେଶକ ରବି ଉଦ୍ୟାୱର ଥିଲେ ଏବଂ ଏହି ଫିଲ୍ମରେ ଶ୍ରୀଦେବୀଙ୍କ ପତି ବୋନି କପୁର ପ୍ରଯୋଜକ ଥିଲେ । କାଥାବାର୍ତ୍ତା ନ ହେବା ପରେ ମଧ୍ୟ ଏହାର ପ୍ରଭାବ ଫିଲ୍ମ ଉପରେ ପଡିନଥିଲା । ଫିଲ୍ମରେ ଶ୍ରୀଦେବୀ ଖୁବ ସୁନ୍ଦର ମଧ୍ୟ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More