Only for Entertainment

ପୁଣି ଦେଖିବାକୁ ମିଳିବ କପିଲ-ସୁମୋନାଙ୍କ ଖଟା-ମିଠା କେମେଷ୍ଟ୍ରୀ, ନୂଆ ଶୋ’ରେ ହେବ ଏଣ୍ଟ୍ରି

IMDb
0 46

କପିଲ ଶର୍ମା ଗତ ସପ୍ତାହରେ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ ୱିଥ କପିଲ’ ଜରିଆରେ ଛୋଟ ପରଦାକୁ ଫେରିଛନ୍ତି । କିନ୍ତୁ ଏଥର ଦର୍ଶକଙ୍କ ଉପରେ ତାଙ୍କ କମେଡିର ଜାଦୁ ଚାଲିପାରିନାହିଁ । ଇତି ମଧ୍ୟରେ ଖବର ଆସିଛି ଯେ ସୁମୋନା ଚକ୍ରବର୍ତ୍ତି କପିଲଙ୍କ ନୂଆ ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ସୁମୋନା ‘କମେଡି ନାଇଟ ୱିଥ କପିଲ’ରେ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ଦୁହିଁଙ୍କ ଖଟା-ମିଠା କେମେଷ୍ଟ୍ରୀକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏହା ବ୍ୟତିତ ସେ ‘ଦ କପିଲ ଶର୍ମା’ ଶୋ’ରେ ମଶହୁର ଗୁଲାଠିର ଝିଅ ଭାବେ ନଜର ଆସିଥିଲେ ।

Kapil-Sharma-With-Sumona-Chakravarti

ସୂଚନା ଅନୁସାରେ ଶୋ’ର ନିର୍ମାତା ସୁମୋନାଙ୍କ ସହିତ ସମ୍ପର୍କ କରିଛନ୍ତି । ଏବଂ ଏହି ବଷୟରେ ଆଲୋଚନା କରୁଛନ୍ତି । ଯଦି ସୁମୋନା ଏହି ଶୋ’ କରିବା ପାଇଁ ରାଜି ହୋଇଯାଆନ୍ତି ତେବେ ଦର୍ଶକଙ୍କୁ ତାଙ୍କର ଏବଂ କପିଲଙ୍କ କେମେଷ୍ଟ୍ରୀ ନିଶ୍ଚୟ ପସନ୍ଦ ଆସିବ । ଏହା ସହିତ ଆଶା କରାଯାଉଛି ଯେ ନୂଆ ଶୋ’କୁ ଦର୍ଶକ ମଧ୍ୟ ପସନ୍ଦ କରିବେ ।

୨୫ ମାର୍ଚ୍ଚକୁ ଏହି ଶୋ’ ଅନ ଏୟାର ହୋଇଥିଲା ଯେଉଁଥିରେ ପୁରୁଣା ଷ୍ଟାରକାଷ୍ଟଙ୍କ ମଧ୍ୟରୁ ଚନ୍ଦନ ପ୍ରଭାକର, କିକୁ ଶାରଦା ଏବଂ ସିଦ୍ଧୁ ନଜର ଆସିଥିଲେ । କିନ୍ତୁ ସୁମୋନାଙ୍କୁ ଦେଖିବାକୁ ମିଳିନଥିଲା । ସୁମୋନାଙ୍କୁ ଶେଷଥର ପାଇଁ କଲର୍ସ ଚ୍ୟାନେଲର ‘ଦେବ’ ଶୋ’ରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More