Only for Entertainment

ସକାଳ ଜଳଖିଆରେ ନିୟମିତ ପିଅନ୍ତୁ କଫି, ମିଳିବ ଅନେକ ଫାଇଦା ।

CNN
20

ସକାଳର ଜଳଖିଆ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ହୋଇଥାଏ । ସ୍ୱାସ୍ଥ୍ୟକର ଜଳଖିଆ ବା ପ୍ରାତଃଭୋଜନ ଶରୀରରେ କେବଳ ମେଟାବଲିଜିମକୁ ବଢ଼ାଇ ନ ଥାଏ, ବରଂ କ୍ୟାଲୋରୀ ବର୍ଣ୍ଣ କରି ଓଜନ ହ୍ରାସ କରିବାରେ ବି ସହାୟକ ହୋଇଥାଏ।

ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ସକାଳ ଜଳଖିଆରେ ଏକ କପ୍ କଫି ନିଶ୍ଚିତ ଭାବେ ଗ୍ରହଣ କରନ୍ତୁ। କଫି ପିଇଲେ ଶରୀରର ମେଟାବଲିକ୍ ରେଟ୍ ବଢ଼ିଥାଏ, ଯାହା ଦ୍ୱାରା ଶରୀରର ହଟ୍ ଓ ଏନର୍ଜି ଉଭୟକୁ ଉତ୍ତେଜିତ କରିବାରେ ସହାୟତା ମିଳିଥାଏ। କେତେକ ଗବେଷଣାରେ ଏହି କଥାର ଖୁଲାସା ହୋଇଛି ଯେ, କଫି ପିଇଲେ କମ୍ ଭୋକ ଲାଗେ। ତେବେ ମନେରଖନ୍ତୁ ଯଦି ନିଜର ଓଜନ କମ୍ କରିବାକୁ ଆପଣ ଅଧିକ ମାତ୍ରାରେ କଫି ସେବନ କରନ୍ତି, ତେବେ ତାହାର ବିପରୀତ ପରିଣାମ ମିଳିଥାଏ। ଅଧିକ କଫି ପିଇବା ଫଳରେ ଶରୀର ପ୍ରତି ତାହା ଅସହନୀୟ ହୋଇଥାଏ। ଫଳତଃ ଏହାର ସକାରାତ୍ମକ ଫଳ ମିଳିବା ବନ୍ଦ ହୋଇଯାଇଥାଏ ଓ ତାହା ଶରୀରର କ୍ଷତି କରିଥାଏ।

ଜର୍ଣ୍ଣାଲ୍ ଅଫ୍ ଏପି ଡେମାଲଜିରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ,ଯେଉଁ ଲୋକ ପ୍ରତିଦିନ କଫି ପିଇଥାନ୍ତି, ସେମାନଙ୍କର ଓଜନ ବଢ଼ିବାର ଆଶଙ୍କା ହ୍ରାସ ପାଇଥାଏ। ଏହା ଛଡ଼ା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବି କମ୍ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More