Only for Entertainment

ପ୍ରତ୍ୟେକ ଦିନ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା କମିଥାଏ ମଧୁମେହ ହେବାର ଆଶଙ୍କା !

onceuponachef
26

ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ ବୋଲି କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ମଧୁମେହ ରୋଗୀଙ୍କୁ ଅଣ୍ଡା ସିଝା ଖାଇବା ଦରକାର ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ମଧୁମେହ ରୋଗୀଙ୍କ ଅଣ୍ଡା ଖାଇବାକୁ ନେଇ ବିଭିନ୍ନ ଗବେଷକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ବୈଜ୍ଞାନିକମାନେ ଏହାକୁ ଭଲ କହିବା ସହ କିଛି ବୈଜ୍ଞାନିକ ମଧୁମେହ ରୋଗୀଙ୍କ ପାଇଁ ଅଣ୍ଡା ଭଲ ନୁହେଁ ବୋଲି ମତ ରଖିଛନ୍ତି । ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ଅନ୍ୟ କିଛି ଫାଇଦା ବିଷୟରେ….

  • ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଅଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
  • ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକମାନେ ଅଣ୍ଡାର ସେବନ କରି ପାରିବେ । ଅଣ୍ଡା ଖାଇବା ଦ୍ୱାରା ସାରାଦିନ ପେଟ ପୂରିବା ଭଳି ଅନୁଭବ ହେବା ସହ ଭୋକ କମ୍‌ ଲାଗିଥାଏ ।
  • ଅଣ୍ଡାରେ କଲିନ୍‌ ଏବଂ କେରୋଟିନଏଡ୍‌ସ ନାମକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଆଖି ଏବଂ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।
  • ଅଣ୍ଡାର ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ । ଯାହାଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More