Only for Entertainment

ଭୋକ ବଢ଼ାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସମସ୍ତ ଜିନିଷ

Well+Good
19

ଖାଦ୍ୟ ଖାଇବାର ସମୟ ଠିକ୍‌ ରହୁ ନଥିବାରୁ ମଣିଷ ଶରୀରରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟାରେ ଅସୁବିଧା,ଛାତି ପୋଡ଼ିବା,ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖା ଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା ଦ୍ୱାରା ଆପଣ ଖାଦ୍ୟ ସେବନ କରନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଶରୀରକୁ ଖାଦ୍ୟର ପୋଷଣ ମିଳି ପାରି ନ ଥାଏ। ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ସେଥିପାଇଁ ଭୋକ ଲାଗିବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ଆଜିଠାରୁ ଏ ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

  • ଦିନରେ ଦୁଇଥର ଟମାଟୋରେ କଳା ଲୁଣ ପକାଇ ଚାଟିବା ଦ୍ୱାରା ପାଚନକ୍ରିୟା ଠିକ୍‌ ହୋଇ ଯାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହ ଆପଣ ଠିକ୍‌ ଭାବରେ ଖାଇବା ଆରମ୍ଭ କରି ପାରିବେ ।
  • ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ପ୍ରତିଦିନ ଗୋଟେ ଗ୍ଲାସ ସେଓ ରସ ପିଇବା ଆରମ୍ଭ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ଭୋକ ନ ଲାଗିବା ସମସ୍ୟା ଦୂରେଇ ଯିବ ।
  • ଖାଇବା ସମୟରେ ମୂଳାରେ କଳା ଲୁଣ ଏବଂ ଲଙ୍କା ମିଶାଇ ଖାଇବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଭୋକ ଲାଗିବା ଆରମ୍ଭ ହୋଇଥାଏ ।
  • ଧନିଆ ପତ୍ର ଖାଇବା ଶରୀର ପାଇଁ ଲାଭଦାୟକ ତାହା ତ ଆପଣମାନେ ଜାଣିଥିବେ । କିନ୍ତୁ ଧନିଆ ପତ୍ର ରସରେ କିଛି ଲୁଣ ମିଶାଇ ପିଇଲେ ଭୋକ ନ ଲାଗିବା ସମସ୍ୟା ଦୂର ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More