Only for Entertainment

ଏହି ଯୁବତୀଙ୍କୁ ବିବାହ କରିପାରନ୍ତି ଅଭିନେତା ଅଧ୍ୟୟନ ସୁମନ, ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

insta pic of adhyayansuman
30

ବଲିଉଡ୍‌ ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ସ୍ପ୍ଲିଟ୍‌ସ ଭିଲା ପ୍ରତିଯୋଗୀ ମାୟରା ମିଶ୍ରାଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ମଧ୍ୟରେ ବଢ଼ୁଥିବା ନିବିଡ଼ତା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ଫଟୋକୁ ଦେଖି ଏଭଳି ଚର୍ଚ୍ଚା କରିବାରେ ଲାଗିଛନ୍ତି ଲୋକେ । ପେସାଦାର ଜୀବନ ଅପେକ୍ଷା ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଧ୍ୟୟନ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଇନ୍‌ଷ୍ଟାରେ ଅଧ୍ୟୟନ ସେୟାର କରିଥିବା ଫଟୋ ଓ ଲେଖିଥିବା କ୍ୟାପ୍‌ସନକୁ ଦେଖି ଲୋକେ ଦୁହେଁ ବିବାହ କରି ପାରନ୍ତି ବୋଲି କହିବା ଆରମ୍ଭ କରିଛନ୍ତି । ଦୁହେଁ ସାଥୀରେ କରିଥିବା ଏକ ଗୀତର ଫଟୋ ସେୟାର କରି କ୍ୟାପ୍‌ସନରେ ଅଧ୍ୟୟନ ଲେଖିଛନ୍ତି, ସେ ସରଳପଣ……ସୋନିଓ ୨.୦….ଏହି ଗୀତରେ ତୁମେ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲ । ଆଗାମୀ ସେନୋରିଟାକୁ ନେଇ ଘୋଷଣା କରିବା ପାଇଁ ଅପେକ୍ଷା କରି ପାରିବି ନାହିଁ । କ’ଣ କହୁଛ ?

 

 

View this post on Instagram

 

Caption this ….

A post shared by Adhyayan Summan (@adhyayansuman) on

ଏହାର ଉତ୍ତର ରଖି ମାୟରା କହିଛନ୍ତି, ବହୁତ ଭଲ ପାଇବା ଏବଂ ଧନ୍ୟବାଦ୍‌ । ମୁଁ ଆଗାମୀ ଘୋଷଣାକୁ ନେଇ ଖୁବ୍‌ ଉତ୍ସାହିତ । ଶୀଘ୍ର ଘୋଷଣା କରିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More