Only for Entertainment

ଦିଶା ପଟାନୀ-ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ‘ମଲଙ୍ଗ’ର ସୁଟିଂ ସେଟରୁ ଲିକ ହେଲା ଫଟୋ, ଦେଖନ୍ତୁ

BollywoodLife
25

ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିବେ । ଫିଲ୍ମରୁ ସିଟିଂ ଏବେ ଜୋର ସୋରରେ ଚାଲିଛି । କିନ୍ତୁ ଫିଲ୍ମର ସୁଟିଂ ଆରମ୍ଭ ହେଉ ହେଉ ସୁଟିଂ ସେଟରୁ ଆଦିତ୍ୟ ଓ ଦିଶାଙ୍କ ଫଟୋ ଲିକ ହୋଇସାରିଛି । ଆଦିତ୍ୟ-ଦିଶାଙ୍କ ଏହି ଫଟୋ ଲିକ ହେବା ପରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଫଟୋ-

ଫିଲ୍ମ ବିଷୟରେ କହିବାକୁ ଗଲେ ମୋହିତ ସୂରୀଙ୍କ ଏହି ଫିଲ୍ମରେ ଆଦିତ୍ୟ-ଦିଶାଙ୍କ ବ୍ୟତିତ ଅନିଲ କପୁର, କୁନାଲ ଖେମୁ ମଧ୍ୟ ନଜର ଆସିବେ । କହିରଖୁଛୁ ଯେ, ମୋହିତ ସୂରୀଙ୍କ ନିର୍ଦ୍ଦେଶନାରେ ଆଦିତ୍ୟ ଦ୍ୱିତୀୟ ଥର କୌଣସି ଫିଲ୍ମରେ କାମ କରୁଛନ୍ତି । ଏହା ପୂର୍ବରୁ ସେ ମୋହିତ ସୂରୀଙ୍କ ଫିଲ୍ମ ଆଶିକି-୨ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ ।

ମୋହିତ ସୂରୀ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । ସେଥିମଧ୍ୟରୁ ଏକ ଭିଲେନ, ହାଫ ଗର୍ଲ ଫ୍ରେଣ୍ଡ, ହମାରୀ ଅଧୁରୀ କାହାଣୀ ପରି ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ ସାମିଲ ରହିଛି । ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More