Only for Entertainment

୨୦୨୦ରେ ରିଲିଜ ହେବ ମୋହିତ ସୁରୀଙ୍କ ଏହି ଫିଲ୍ମ, ଭାଲେଣ୍ଟାଇନ ଡେ’ରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତ ଆଦିତ୍ୟ-ଦିଶା

Google News
67

ଦୁଇ ବର୍ଷ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ ‘ହାଫ ଗର୍ଲଫ୍ରେଣ୍ଡ’ ଜରିଆରେ ଧମାଲ ସୃଷ୍ଟି କରିବା ପରେ ନିର୍ଦ୍ଦେଶକ ମୋହିତ ସୁରୀ ଏବେ ନିଜର ଆଗାମୀ ଫିଲ୍ମର ପ୍ରସ୍ତୁତିରେ ଲାଗିପଡିଛନ୍ତି । କିଛି ଦିନବ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, ମୋହିତ ନିଜ ନୂଆ ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଦିଶା ପଟାନୀଙ୍କୁ କାଷ୍ଟ କରିବେ । ଏବେ ଏହି ଫିଲ୍ମ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ଆଜ୍ଞା ହଁ, ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଏହି ଫିଲ୍ମ ର ନାମ ‘ମଲଙ୍ଗ’ ରଖାଯାଇଛି । ଏବଂ ଫିଲ୍ମ ୨୦୨୦ରେ ଭାଲେଣ୍ଟାଇନ ଡେ ଅବସରରେ ରିଲିଜ ହେବ ।

 

ତରଣ ଟ୍ୱିଟ କରି ଏହା ମଧ୍ୟ ଲେଖିଛନ୍ତି ଯେ, ଏହା ଏକ ରିଭେଞ୍ଜ ଡ୍ରାମା ଫିଲ୍ମ । ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଦିଶାଙ୍କ ବ୍ୟତିତ ଅନୀଲ କପୁର, କୁନାଲ ଖେମୁ ମଧ୍ୟ ନଜର ଆସିବେ । ଏହି ଫିଲ୍ମକୁ ଭୂଷଣ କୁମାର, ଲଭ ରଂଜନ, ଅଙ୍କୁର ଗର୍ଗ ଏବଂ ୟଶ ଶେଖରମଣି ମିଳିତ ଭାବେ ପ୍ରଡ୍ୟୁସ କରିବେ ।

କହିରଖୁଛୁ ଯେ, ମୋହିତ ନିଜ କ୍ୟାରିଅରରେ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ଏହି ଲିଷ୍ଟରେ ‘ଆୱାରାପନ’, ‘ମର୍ଡର’, ‘ଏକ ଭିଲେନ’ ଏବଂ ‘ଆଶିକି -୨’ ସାମିଲ ଅଛି । ତେବେ ମୋହିତଙ୍କ ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More