Only for Entertainment

‘ମଲଙ୍ଗ’ ସେଟରେ କିଛି ଏହି ଅନ୍ଦାଜରେ ନଜର ଆସିଲେ ଆଦିତ୍ୟ, ଫଟୋ ସେୟାର କରି ଲେଖଲେ- ‘ନୂଆ ଜର୍ଣ୍ଣି’

insta pic of adityaroykapur
27

ନିର୍ଦ୍ଦେଶକ ମୋହିତ ସୁରୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମଲଙ୍ଗ’ର ସୁଟିଂ ଆରମ୍ଭ ହୋଇସାରିଛି । ଆଦିତ୍ୟ ରୟ କପୁର ନିଜ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଫଟୋରେ ଆଦିତ୍ୟ ପୂଜା କରୁଥିବାର ନଜର ଆସିଛନ୍ତି । ଏବଂ ତାଙ୍କ ସହିତ ମୋହିତ ସୂରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ‘ସେହି ବ୍ୟକ୍ତିଙ୍କ ସହିତ ଏକ ନୂଆ ଆରମ୍ଭ ଯେ, ମୋ ଲାଇଫକୁ ବଦଳାଇ ଦେଇଛନ୍ତି ।’

 

 

View this post on Instagram

 

On a new journey with the man that changed it all for me.

A post shared by @ adityaroykapur on

କହିରଖୁଛୁ ଯେ, ନିର୍ଦ୍ଦେଶକ ମୋହିତ ସୁରୀ ଏବଂ ଆଦିତ୍ୟ ପୂର୍ବରୁ ଆଶିକି ୨ରେ କାମ କରି ସାରିଛନ୍ତି । କହିରଖୁଛୁ ଯେ, ମୋହିତ ସୁରୀଙ୍କ ଏହି ନୂଆ ଫିଲ୍ମ ‘ମଲଙ୍ଗ’ ୧୪ ଫେବୃଆରୀ ୨୦୨୦ରେ ରିଲିଜ ହେବ । ଫିଲ୍ମର ଅଧିକାଂଶ ସୁଟିଂ ମରିଶସ ଏବଂ ଗୋଆରେ ହେବ । ଫିଲ୍ମର ସହ- ନିର୍ମାଣ ଟି-ସିରିଜର ଭୂଷଣ କୁମାର, ଲଭ ରଂଜନ ଫିଲ୍ମସ ଏବଂ ନାର୍ଦର୍ନ ଲାଇଟସ ଏଣ୍ଟରଟେନମେଣ୍ଟର ଜୟ ଶେବକରାମନ ଦ୍ୱାରା କରାଯିବ । ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କ ବ୍ୟତିତ ଅନିଲ କପୁର, କୁନାଲ ଖେମୁ, ଦିଶା ପଟାନୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More