Only for Entertainment

ଅଦନାନ ସାମୀଙ୍କ ମ୍ୟୁଜିକ୍ ଦମରେ ଉଡିଲା ବୋତଲ କ୍ୟାପ, ଭାଇରାଲ ହେଲା ଭିଡିଓ

google
83

ସୋସିଆଲ ମିଡିଆରେ ବୋତଲ କ୍ୟାପ ଚ୍ୟାଲେଞ୍ଜ ଏପରି ଛାଇ ରହିଛି ଯେ, ପ୍ରତ୍ୟେକ ଦିନ ଲୋକେ ନୂଆ ନୂଆ ଅନ୍ଦାଜରେ ଏହାକୁ ପୂରା କରୁଥିବାର ଦେଖିବାକୁ ମିଳୁଛି । କେହି ଅଧିରେ ପଟି ବାନ୍ଧି ଏହାକୁ ପୂରା କରୁଛୁ ତ କେହି ହାତ ନଲାଗାଇ ଏହାକୁ ପୂରା କରୁଛନ୍ତି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଏହି ଚ୍ୟାଲେଞ୍ଜର କ୍ରେଜ ଦେଖିବାକୁ ମିଳୁଛି ।

ନିକଟରେ ଏହି ଚ୍ୟାଲେଞ୍ଜକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ପିଆନୋର ମ୍ୟୁଜିକରେ ହିଁ ଏହି ଚ୍ୟାଲେଞ୍ଜକୁ ପୂରା କରାଯାଇଛି । ଏହି ଭିଡିଓ ଆଉ କାହାର ନୁହେଁ ବରଂ ପ୍ରସିଦ୍ଧ ସିଙ୍ଗର ଅଦନାନ ସାମୀଙ୍କର । ଏହି ଭିଡିଓରେ ଅଦନାନ ସାମୀଙ୍କର ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

ବୋତଲ କ୍ୟାପ ଚ୍ୟାଲେଞ୍ଜର ଏହି ଭିଡିଓକୁ ଅଦନାନ ସାମୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଅଦନାନ ସାମୀ ପିଆନୋ ବଜାଉଥିବାର ନଜର ଆସିଛନ୍ତି ଏବଂ ପିଆନୋ ବଜାଇ ସେ ଏହି ଚ୍ୟାଲେଞ୍ଜକୁ ମ୍ୟୁଜିକାଲ ଅନ୍ଦାଜରେ ପୂରା କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ସଲମାନ ଖାନ, ଗୋବିନ୍ଦା, ସିସ୍ମିତା ସେନଙ୍କ ପରି କଲାକାର ଏହି ଚ୍ୟାଲେଞ୍ଜ ପୂରା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More