Only for Entertainment

ଦୀପାବଳି ପରେ ପ୍ରଦୂଷଣରୁ ନିଜ ଚେହେରାକୁ ବଞ୍ଚାନ୍ତୁ, ଆପଣାନ୍ତୁ କିଛି ଟିପ୍ସ ।

The Indian Express
23

ଚଳିତବର୍ଷର ଦୀପାବଳି ସରିଯାଇଛି। ତଥାପି ପ୍ରଦୂଷଣ କମିନାହିଁ। ଏବେ ବି ପବନରେ ଘୂରୁଛି ବାଣ ଓ ବାରୁଦର କ୍ଷତିକାରକ ରସାୟନ। ଏଥିରୁ ନିଜକୁ ବଞ୍ଚାନ୍ତୁ , ନିଜ ଚେହେରାର ସୌନ୍ଦର୍ଯ୍ୟ ଅତୁଟ ରଖିବା ପାଇଁ ନିମ୍ନରେ ଦିଆଯାଇଥିବା ତରିକାକୁ ଆପଣାନ୍ତୁ।

ଗତ କିଛି ବର୍ଷ ଭିତରେ ଡ୍ରାଏ ବ୍ରସିଂ କୌଶଳ ଲୋକପ୍ରିୟତା ହାସଲ କରିଛି। ଏହି ବ୍ରସ ଦ୍ୱାରା ଆପଣଙ୍କ ତ୍ୱଚାକୁ ମାଲିସ୍‌ କରି ଆପଣ ଧୁଳି ଓ ମଇଳା କାଢ଼ିପାରିବେ। ଏହି ବ୍ରସ ଦ୍ୱାରା ଆପଣ ନିଜ ପାଦରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଶରୀରର ଯେକୌଣସି ଅଙ୍ଗକୁ ବିନା ପାଣିରେ ସଫା କରିପାରିବେ।

ନିଜ ମୁହଁକୁ ଷ୍ଟିମ୍‌ ଦିଅନ୍ତୁ। ଏହି ଷ୍ଟିମ୍‌ ଆପଣ ବିନା କୌଣସି ମେସିନ୍‌ରେ ଘରୋଇ ଉପାୟରେ ବି ଦେଇପାରିବେ। ବାସ୍‌ ଟିକିଏ ପାଣି ଗରମ କରି ନିଜ ମୁହଁକୁ ବାମ୍ପ ଦିଅନ୍ତୁ। ଏହା ଦ୍ୱାରା ମୁହଁରୁ ଧୂଳି କଣିବା ବାହାରି ମୁହଁ ସଫା ହୋଇଯାଇଥାଏ।

ଆପଣ ନିଜ ମୁହଁରେ ଖିର ସର ପ୍ରୟୋଗ କରି କ୍ଲିନ୍‌ଜିଂ ବି କରିପାରନ୍ତି। ସରରେ ଥିବା ତେଲ ଅଂଶ ମୁହଁରୁ ମଇଳା କାଢ଼ିବାରେ ସହାୟ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More