Only for Entertainment

‘ରାଇସିଂ ଷ୍ଟାର୍‌-୩’ର ବିଜେତା ହେଲେ ୧୨ ବର୍ଷିୟ ଆଫ୍‌ତାବ୍‌

Zee News
30

କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ସିଜିନ୍‌ ୩ରେ ୧୨ ବର୍ଷୀୟ ଆଫ୍‌ତାବ୍‌ ସିଂ ବିଜୟ ମୁକୁଟ ପିନ୍ଧିଛନ୍ତି।  ଶନିବାର ଶୋ’ର ଗ୍ରାଣ୍ଡ ଫିନାଲେରେ ଅଫତାବଙ୍କୁ ବିଜେତା ଘୋଷଣା କରାଯିବା ସହ ଟ୍ରଫି ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସେହିପରି ଶୋ’ର ପ୍ରଥମ ରନର୍ସ ଅପ୍‍ ହୋଇଥିବା ଦିବାକର ଶର୍ମାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଶୋ’ର ଅନ୍ତିମ ପର୍ଯ୍ୟାୟରେ ମୋଟ୍‍ ୪ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ସେମାନେ ହେଉଛନ୍ତି, ଅଫତାବ ସିଂହ, ଦିବାକର ଶର୍ମା, ସଞ୍ଜୟ ସତୀଶ ଏବଂ ଅଭିଷେକ ସରାଫ। ଏମାନଙ୍କ ମଧ୍ୟରେ ଅଫତାବଙ୍କ ବୟସ ସବୁଠାରୁ କମ୍‍। ଅଫତାବଙ୍କ ପାଇଁ ପ୍ରଶଂସକମାନେ ମୋଟ୍‍ ୯୦ ପ୍ରତିଶତ ଭୋଟ୍‍ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More