Only for Entertainment

୧୯ ବର୍ଷ ପରେ ଆସିବ ‘ନାୟକ’ର ସିକ୍ୱେଲ !

Hotstar
22

ଅନିଲ କପୁରଙ୍କ ୧୯ ବର୍ଷ ପୂର୍ବେ ରିଲିଜ ହୋଇଥିବା ହିଟ ଫିଲ୍ମ ‘ନାୟକ: ଦ ରିୟଲ ହିରୋ’କୁ ନେଇ ଖୁବ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କି, ବଲିଉଡର ଜଣେ ନିର୍ଦ୍ଦେଶକ ଏହି ସିନେମାର ସିକ୍ୱେଲ ତିଆରି କରିବାକୁ ଭାବୁଛନ୍ତି । ଏ ବିଷୟରେ ଅନିଲଙ୍କ ମତ ନେବାରୁ ସେ କହିଛନ୍ତି କି, ନାୟକ ଏକ ଭଲ ସିନେମା ଅଟେ । ମୋତେ ଲାଗୁଛି କି, ନାୟକର ସିକ୍ୱେଲ ନିର୍ମାଣ ଏକ ଭଲ ବିଚାର ଅଟେ । ‘ନାୟକ: ଦ ରିୟଲ ହିରୋ’ ଏକ ରାଜନୈତିକ ଆକ୍ସନ ଥ୍ରିଲର ସିନେମା ଅଟେ । ନାୟକ ସିନେମା ଏସ. ଶଙ୍କରଙ୍କ ତାମିଲ ହିଟ ଫିଲ୍ମ ମୁଧଲବନର ରିମେକ ଅଟେ ।

୨୦୦୧ରେ ରିଲିଜ ହୋଇଥିବା ଏହି ସିନେମାରେ ଦେଖାଯାଇଛି କି, କିପରି ଜଣେ ସାଧାରଣ ଲୋକ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ କରି ସରକାରଙ୍କୁ ଚ୍ୟାଲେଞ୍ଜ କରି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେଉଛି ଓ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେବା ପରେ କିପରି ଲୋକମାନଙ୍କ ସମସ୍ୟାକୁ ସମାଧାନ କରି ପ୍ରଶାସନକୁ ଠିକ୍‍ କରୁଛି । ଏହା ଦେଖି ପରମୂହୁର୍ତ୍ତରେ ଲୋକମାନେ ଉକ୍ତ ଯୁବକକୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କଲେ। ଏହି ଚଳଚ୍ଚିତ୍ରରେ ଅନୀଲ କପୁର, ସ୍ୱଗୀୟ ଅମ୍ରେଶ ପୁରୀ, ରାଣୀ ମୁଖାର୍ଜୀ ଆଦି ମୁଖ୍ୟ କଳାକାରଭାବେ ଅଭିନୟ କରିଥିଲେ ।

ଶୁଣିବାକୁ ମିଳୁଛି ଯେ, ଅନୀଲ କପୁର ବହୁତ ଶୀଘ୍ର ଆଉ ଏକ ସିନେମାରେ ନେଗେଟେଭ୍ ଚରିତ୍ରରେ ଅଭିନୟ କରିପାରନ୍ତି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଆଦିତ୍ୟ ରୟ କପୁରଙ୍କ ସହିତ ଦିଶା ପଟାନି ମଧ୍ୟ ଅଭିନୟ କରିବେ । ଏହି ସିନେମାର ସୁଟିଂ ମାର୍ଚ୍ଚ ମାସରୁ ଆରମ୍ଭରୁ ଗୋଆ, ମରିସସ ଓ ମୁମ୍ବାଇ ଆଦି ସ୍ଥାନରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More