Only for Entertainment

ରଜନୀକାନ୍ତଙ୍କ ପରେ କମଲ ହାସନଙ୍କୁ ଡରାଇବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର, ଫିଲ୍ମରେ ଏପରି ରହିବ ଭୂମିକା

MSN
23

ଫିଲ୍ମ ‘୨.୦’ର ସଫଳତା ପରେ ନିର୍ଦ୍ଦେଶକ ଶଙ୍କରଙ୍କ ସହିତ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣିଥରେ କାମ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସବୁଠାରୁ ଖାସ କଥା ହେଉଛି ଯେ, ଅକ୍ଷୟ କୁମାର ପୁଣିଥରେ ନେଗେଟିଭ ଚରିତ୍ରରେ ନଜର ଆସିବେ । ଆଜ୍ଞା ହଁ, ଅକ୍ଷୟ କୁମାର ଏହି ଫିଲ୍ମ ସାଉଥ ଷ୍ଟାର କମଲ ହାସନଙ୍କ ସହିତ ସ୍କ୍ରିନ ସେୟାର କରିବେ । ଆପଣଙ୍କୁ କହିରଖୁଛୁ ଯେ, ପନ୍ରଥକମଥର ପାଇଁ କମଲ ହସନ ଏବଂ ଅକ୍ଷୟ କୁମାର ଏକା ସହିତ ଗୋଟିଏ ଫିଲ୍ମରେ ନଜର ଆସିବେ । ଅକ୍ଷୟ-କମଲଙ୍କ ଏଂହି ଫିଲ୍ମର ନାମ ରଖାଯାଇଛି ‘ଇଣ୍ଡିଆନ-୨’ ।

indian 2

ଫିଲ୍ମ ‘ଇଣ୍ଡିଆନ-୨’ ୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ‘ଇଣ୍ଡିଆନ’ର ରିମେକ । ‘ଇଣ୍ଡିଆନ’ ଫିଲ୍ମରେ କମଲ ହାସନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବଂ ଏହାର ରିମେକରେ ମଧ୍ୟ ସେ ହିରୋ ଭାବେ ନଜର ଆସିବେ । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ସୂଚନା ଅନୁସାରେ ଅକ୍ଷୟ କୁମାରଙ୍କ ସହିତ ଏହି ଫିଲ୍ମ ପାଇଁ ଅଜୟ ଦେବରଗବନଙ୍କୁ ମଧ୍ୟ ଆପ୍ରୋଚ କରାଯାଇଥିଲା । ଯଦି ସେ ଫିଲ୍ମ କରିବା ପାଇଁ ରାଜି ହୋଇଥାନ୍ତେ ତେବେ ଫିଲ୍ମରେ ପୋଲିସ ଅଫିସର ଭୂମିକାରେ ନଜର ଆସିଥାନ୍ତେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More