Only for Entertainment

ଦୁଇବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ଏହି ନାୟିକା

facebook
0 54

ସେ ଥିଲେ କୋଏଲ ବାନାର୍ଜୀ, ପରେ ହେଲେ କୋଏଲ ମିଶ୍ର । ଆଗେ ଥିଲେ ବଙ୍ଗୀୟ ଲଳନା, ପରେ ବନିଲେ ଓଡିଆ ଘରର ବୋହୂ । କୋଏଲ ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ଜରିଆରେ ନାୟିକା ଭାବେ ଓଲିଉଡରେ ପ୍ରବେଶ କରିଥିଲେ । ଇତିମଧ୍ୟରେ ସେ ‘ତତେ ଭଲପାଉଛି ବୋଲି’, ‘ମନ ମୋର ପ୍ରଜାପତି’, ‘ୱାନ ଫୋର ଥ୍ରୀ ଆଇ ଲଭ ୟୁ’, ‘ଓମ ସାଇ ରାମ’, ‘ଆମେ ତ ଟୋକା ଷଣ୍ଢ ମାର୍କା’ ଏବଂ ‘ଆଶିକ’ ଆଦି ଫିଲ୍ମରେ କାମ କରିସାରିଛନ୍ତି । ପ୍ରାୟ ଦୁଇବର୍ଷ ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି କୋଏଲ । ଆଉ ତାହା ପୁଣି ନାୟିକା ଭୂମିକାରେ । ଏହି ଫିଲ୍ମର ଟାଇଟଲ ରହିଛି ‘ଦିପୁ- ଦି ଡ୍ୟାନ୍ସ ବଏ’ । ମନୋଜ କୁମାର ରାଉତଙ୍କ ପ୍ରଯୋଜିତ ଏହି ଫିଲ୍ମରେ କୋଏଲଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ, ଯାହା ସେ ପ୍ରଥମ କରି ନିଭାଇବେ । ସେହି ଭୂମିକାଟି ହେଉଛି ଜଣେ ଛଉ ନୃତ୍ୟ ଶିଳ୍ପୀଙ୍କ ଭୂମିକା । ପ୍ରଥମ କରି ଏପରି ଏକ ଭୂମିକା ମିଳିଥିବାରୁ ଖୁବ ଉତ୍ସାହିତ ଅଛନ୍ତି କୋଏଲ ।

koyal

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଅରୁଣ ଦାସ । ଏହା ଏକ କମର୍ସିଆଲ ଫିଲ୍ମ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନାୟକ ଭୂମିକାରେ ନଜର ଆସିବେ ଏହି ଫିଲ୍ମର ପ୍ରଯୋଜକ ମନୋଜ ରାଉତ । ସେ ମଧ୍ୟ ଛଉ ନୃତ୍ୟ ଶିଳ୍ପୀ ଭୂମିକାରେ ନଜର ଆସିବେ । ଇତିମଧ୍ୟରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଶେଷ ହୋଇଯାଇଛି । ବର୍ତ୍ତମାନର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ବବି ମିଶ୍ର, ଅଜିତ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More