Only for Entertainment

ପୁଣିଥରେ ଚହଳ ସୃଷ୍ଟି କରିଛି ଅନୀଲ୍ କପୁର ଓ ତବୁଙ୍କ ମାଜିକାଲ କେମେଷ୍ଟ୍ରୀ

Bollywood tadka
0 31

ଫିଲ୍ମ ‘ବିରାସତ’ରେ ଆକର୍ଷଣୀୟ ଅଭିନୟ ପରଶି ଅଭିନେତା ଅନୀଲ କପୁର ଓ ଅଭିନେତ୍ରୀ ତବୁ ଦର୍ଶକଙ୍କ ମନ ଜିତି ପାରିଥିଲେ । ସିନେମାଟି ହିଟ୍ ହେବା ସହ, ଫ୍ୟାନମାନେ ଏମାନଙ୍କ ଅଭିନୟକୁ ଢେର୍ ପସନ୍ଦ ମଧ୍ୟ କରିଥିଲେ । ସିନେମାରେ ଦୁହିଁଙ୍କ ଭିତରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ପାଇଥିଲେ ଦର୍ଶକ । ଏବେ ୨୧ ବର୍ଷ ପରେ ପୁଣିଥରେ ଅନୀଲ୍ କପୁର ଓ ତବୁଙ୍କ ସେହି କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଦୁହିଁଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି ।

ଏହି ଭିଡିଓରେ ବିରାସତର ରୋମାଂଟିକ୍ ଗୀତରେ ତବୁ ଓ ଅନୀଲ୍ କପୁରଙ୍କ କେମେଷ୍ଟ୍ରୀ ପୁଣିଥରେ ଦେଖିବାକୁ ମିଳିଛି । ଅନୀଲ୍ ଓ ତବୁଙ୍କ ଏହି ମସ୍ତି ଭରା ଭିଡିଓକୁ ନିଜ ଇଂଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି ଫରହା ଖାନ୍ । ଝିଅ ସୋନମଙ୍କ ସଙ୍ଗୀତ ସେରିମନିରେ ତବୁଙ୍କ ସହ ‘ବିରାସତ’ର ରୋମାଂଟିକ୍ ଗୀତ ପାୟଲେ ଚୁନମୁନ୍ ଗୀତରେ ପର୍ଫମ୍ କରିବେ ବଲିଉଡର ଏହି ହିଟ୍ ଯୋଡି । ଆଉ ଫରହା ଏମାନଙ୍କୁ ଦେଇଛନ୍ତି ତାଲିମ୍ । ତାହାର କିଛି ଝଲକ ଦେଖିବାକୁ ମିଳିଛି ସୋସିଆଲ୍ ମିଡିଆରେ ।

ଅନୀଲ୍ କପୁର ଗୀତର ଏକ ଲାଇନ୍ ‘କିତନା ମଧୁର୍ ହୈ ୟେ ମିଲନ୍’ ଗାଇବାରେ ନଜର ଆସିଛନ୍ତି ଏହି ଭିଡିଓରେ । ୨୧ ବର୍ଷ ପରେ ଏହି ଯୋଡି ଏକାଠି ଏହି ଗୀତରେ ପର୍ଫମ କରିବେ ସୋନମଙ୍କ ସଙ୍ଗୀତ୍ ସେରିମନିରେ । ୧୯୯୭ରେ ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ବିରାସତ । ଫିଲ୍ମରେ ଅନୀଲ୍ କପୁରଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ ତବୁ । ଆଉ ଏହାପରେ ବିବି ନଂ ୱାନ୍ ରେ ବି ଅନୀଲ୍ କପୁର ଓ ତବୁଙ୍କ ଯୋଡି କମାଲ୍ ଦେଖାଇଥିଲା । ତେବେ ଏତେ ବର୍ଷ ପରେ ଏମାନଙ୍କ ଏହି ଫନି ଭିଡିଓକୁ ଫ୍ୟାନମାନେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More