Only for Entertainment

ଦୀର୍ଘ ୬ବର୍ଷ ପରେ ପରଦାକୁ ଫରିଲେ ସଂଜୟ ଦତ୍ତ, ସାଉଥ ଫିଲ୍ମର ରିମେକରୁ କରିବେ ଆରମ୍ଭ ।

the economic times
0 42

ସଂଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସଂଜୁ’ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ତାଙ୍କ ଜୀବନ ବିଷୟରେ ଆଲୋଚନା କରୁଛନ୍ତି । ସବୁଠାରୁ ମଜାଦାର ବିଷୟ ହେଉଛି ତାଙ୍କର ୩୦୮ଜଣ ପ୍ରେମିକା ଥିଲେ । ଏହି ଫିଲ୍ମ ଜରିଆରେ ତାଙ୍କ ସହ ଯୋଡି ହୋଇଥିବା ଅଜଣା କାହାଣୀ ସାମ୍ନାକୁ ଆସିବ ।

ମୁମ୍ବାଇ ବ୍ଲାଷ୍ଟ ମାମଲାରେ ସଜା ଭୋଗି ଜେଲରୁ ଫେରିଥିବା ସଂଜୟ ଏବେ ୬ବର୍ଷ ପରେ ଫିଲ୍ମ ନିର୍ମାଣ କରିବା ପାଇଁ ଓହ୍ଲାଇଛନ୍ତି । ମା ନର୍ଗିସଙ୍କ ଜନ୍ମଦିବସରେ ସେ ନିଜର ଫିଲ୍ମ ସୁଟିଂ ଆରମ୍ଭ କରିବେ । ସଂଜୟ ୬ବର୍ଷ ପରେ ଏକ ତେଲୁଗୁ ଫିଲ୍ମ ଜରିଆରେ ପରଦାକୁ ଫେରୁଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଏହା ତେଲୁଗୁ ଫିଲ୍ମ ପ୍ରସ୍ଥାନମର ହିନ୍ଦୀ ରିମେକ ଅଟେ । ଦେବା କଟ୍ଟାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ୨୦୧୦ରେ ରିଲିଜ ହୋଇଥିଲା, ଏବଂ ଏହା ଖୁବ ହିଟ ମଧ୍ୟ ହୋଇଥିଲା ।

ସଂଜୟ ଦତ୍ତ ଆଶୁତୋଷ ଗୋବାରିକରଙ୍କ ଫିଲ୍ମ ପାନିପଥ ଏବଂ କରଣ ଜୋହରଙ୍କ ପ୍ରଡକ୍ସନ ଫିଲ୍ମ କଳଙ୍କରେ ମାଧୁରୀ ଦିକ୍ଷିତଙ୍କ ସହ ମଧ୍ୟ ନଜର ଆସିବେ । ଏହାବ୍ୟତୀତ ସଂଜୟ ‘ଟୋରବାଜ’ରେ ମଧ୍ୟ ନଜର ଆସିବେ, ଯାହାର ସୁଟିଂ ଆରମ୍ଭ ହୋଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More