Only for Entertainment

୮ମାସ ସଂଘର୍ଷ ପରେ ‘ନୋ ଫାଦର୍ସ ଇନ କଶ୍ମୀର’କୁ ମିଳିଲା U/A ସାର୍ଟିଫିକେଟ !

34

ଓସ୍କାର ନୋମିନେଟେଡ ଡିରେକ୍ଟର ଅଶ୍ୱିନ କୁମାରଙ୍କ ଫିଲ୍ମ ‘ନୋ ଫାଦର୍ସ ଇନ କଶ୍ମୀର’କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ୮ମାସର ଲମ୍ବା ସମୟ ପରେ ସେନସର ବୋର୍ଡ ଏହି ଫିଲ୍ମରୁ ବ୍ୟାନ ହଟାଇଛନ୍ତି । ଫିଲ୍ମକୁ ଏବେ ୟୁଏ ସାର୍ଟିଫିକେଟ ମିଳିଛି । ଏହାସହ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି । ପୋଷ୍ଟରରେ ଏକ ଟିନଏଜ କପଲଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ପୋଷ୍ଟରର ଟ୍ୟାଗଲାଇନ ରହିଛି ‘ସମସ୍ତେ ଭାବନ୍ତି ଯେ ସମସ୍ତେ କଶ୍ମୀରକୁ ଜାଣିଛନ୍ତି ।’

 

View this post on Instagram

 

Delighted to announce the release of our film #nofathersinkashmir

A post shared by Soni Razdan (@sonirazdan) on

ଫିଲ୍ମର କାହାଣୀ ଦୁଇ ଟିନଏଜର୍ସିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଯିଏ କି ତାଙ୍କ ବାପାଙ୍କୁ ହରାଇଥିବା ରହସ୍ୟକୁ ଜାଗ୍ରତ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଫିଲ୍ମରେ ମୁଖ୍ୟ କଳାକାର ହେଉଛନ୍ତି ଅ୍ରାଲିୟା ଭଟ୍ଟଙ୍କ ମାଁ ସୋନି ରାଜଦାନ । ଫିଲ୍ମ ଆଶା, ଶାନ୍ତି ଏବଂ ମାନବତାର ଭାବନା ଏବଂ କଶ୍ମୀରର ଏକ ସ୍ଥାୟୀ କାହାଣୀ ବତାଇବ ।

ସୋନି ରାଜଦାନଙ୍କ ବ୍ୟତୀତ ଫିଲ୍ମରେ କୁଲଭୂଶଣ ଖରବନ୍ଦା, ଅଂଶୁମାନ ଝା ଏବଂ ମାୟା ସରାଓ ସାମିଲ ଅଛନ୍ତି । ଫିଲ୍ମଟି ଆସନ୍ତା ମାସ ୫ଅପ୍ରେଲରେ ରିଲିଜ ହେବ । ଫିଲ୍ମରେ ଘୃଣା, ନ୍ୟୁଡିଟି ଏବଂ ହିଂସାକୁ ବୃଦ୍ଧି କରାଇବା କଂଟେଟ ଥିବା କାରଣରୁ ସେନସର ବୋର୍ଡ ବ୍ୟାନ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More