Only for Entertainment

ହିମାନ୍ସଙ୍କଠାରୁ ଅଲଗା ହେବା ପରେ ଏବେ ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି ନେହା କକ୍କର

22

କିଛି ମାସ ତଳେ ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ରେକ୍‌ଅପ୍‌ର ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଅଭିନେତା ହିମାନ୍ସ କୋହଲିଙ୍କଠାରୁ ଅଲଗା ହେବା ପରେ ସେ ସୋସିଆଲ ମିଡିଆରେ ଭାବବିହ୍ଵଳ କଲା ଭଳି ପୋଷ୍ଟ କରିବା ଆରମ୍ଭ କରି ଦେଇଥିଲେ । ଏହା ସହ ଅନେକ ଷ୍ଟେଜ୍‌ ସୋ’ରେ ତାଙ୍କୁ କାନ୍ଦିବାର ମଧ୍ୟ ଦେଖା ଯାଇଥିଲା । ଏତେ ସବୁ ହେବା ପରେ ଏବେ ସେ ଗୋଟେ କଥାକୁ ନେଇ ଏବେ ପଶ୍ଚାତାପ କରୁଥିବା ଜଣା ପଡ଼ିଛି ।

ତାଙ୍କ କହିବା ଅନୁଯାୟୀ, ମୁଁ ବହୁତ ଭାବୁକ । ମୋ ବ୍ୟକ୍ତିଗତ ଜୀବନରେ କିଛି ମାସ ମଧ୍ୟରେ ଯାହା ଘଟି ଯାଇଛି, ତାହା ମୋ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା । କିନ୍ତୁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ମୁଁ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ ପରିପ୍ରକାଶ କରିଥିଲି, ସେଥିପାଇଁ ମୁଁ ଏବେ ପଶ୍ଚାତାପ କରୁଛି । କାରଣ ମୋର ପୋଷ୍ଟ ଦ୍ୱାରା ହିମାନ୍ସଙ୍କୁ ବହୁତ ବଡ଼ ବଡ଼ କଥା ଶୁଣିବାକୁ ପଡ଼ିଥିଲା । ମୋର ପ୍ରଶଂସକମାନେ ତାଙ୍କୁ ଅନେକ କଡ଼ା କଥା କହିଥିଲେ । ଏତେ ବଡ଼ ଭୁଲ ନ କରି ମଧ୍ୟ ତାଙ୍କୁ ଏତେ ସବୁ ସହିବାକୁ ପଡ଼ିଥିଲା । ଏହି ଘଟଣା ପରେ ଏଭଳି ଭୁଲ ମୁଁ ଆଗକୁ କେବେ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ନେହା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More