Only for Entertainment

ନୂଆ ଡ୍ରେସରେ ଫଟୋ ଉଠାଇ ଫେରାଇ ଦେଉଛନ୍ତି ଲୋକ, ଚିନ୍ତାରେ ୱେବସାଇଟ ।

FemaleFirst
0 47

ବର୍ତ୍ତମାନ ଯୁଗରେ ଫ୍ୟାଶନ ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି । ଲୋକଙ୍କ ଭିଡ଼ରେ ସବୁଠାରୁ ଗ୍ଲାମରସ ଏବଂ ଭଲ ଦେଖାଯିବାକୁ ପ୍ରତ୍ୟେକ ବ୍ୟକ୍ତିର ଇଛା । ବଦଳୁଥିବା ଫ୍ୟାଶନ ଏବଂ ଆକର୍ଷିତ ଦେଖାଯିବା ରେସ୍ରେ ଲୋକମାନେ ଗୋଟିଏ ଦିନ ପାଇଁ ଅନଲାଇନ ସାଇଟରୁ ଡ୍ରେସ କିଣୁଛନ୍ତି । ଏହି ଡ୍ରେସକୁ ପନ୍ଧିି ଫଟୋ କ୍ଲିକ କରି ଡ୍ରେସ ଫେରାଇ ଦେଉଛନ୍ତି । ଏହି ଟ୍ରେଣ୍ଡକୁ ଆଉଟଫିଟ ଅଫ ଦ ଡେ ନାମ ଦିଆଯାଇଛି ।

ଏକ ରିସର୍ଚ ଅନୁସାରେ ୟୁକେରେ ପ୍ରାୟ ୧୦ ଜଣଙ୍କ ମଧ୍ୟରେ ଏହିଭଳି ଜଣେ ଲୋକକୁ ଦେଖିବାକୁ ମିଳିଛି । ଯିଏ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପାଇଁ ଗୋଟିଏ ଦିନ ପାଇଁ ଡ୍ରେସ କିଣିଲେ ଏବଂ ଫେରାଇଦେଲେ । ରିସର୍ଚ ଅନୁସାରେ ୩୫ରୁ ୪୪ ବର୍ଷ ପୁରୁଷ ଏବଂ କହିଳାଙ୍କୁ ପ୍ରାୟ ୧୭ ପ୍ରତିଶତଙ୍କୁ ଏକ ଦିନ ପାଇଁ ଡ୍ରେସ କିଣିବା ଘଟଣାକୁ ଖରାପ ଅନୁଭବ କଲେ । ଏହି ରିସର୍ଚରେ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଲାଯେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଏହିଭଳି କାମ କରୁଛନ୍ତି । କାରଣ ପୁରୁଷ ମହିଳାଙ୍କ ଅପେକ୍ଷା ନିଜ ଲୁକ୍ସକୁ ନେଇ ଅଧିକ ଜାଗ୍ରତ ରହୁଛନ୍ତି ।

ରିସର୍ଚରେ ୧୨ ପ୍ରତିଶତ ପୁରୁଷ ମାନିଲେଯେ ଫଟୋ ପୋଷ୍ଟ କରିବା ପାଇଁ ସେମାନେ ଏଭଳି କରୁଛନ୍ତି । ପୁରୁଷଙ୍କ କହିବା ଅନୁସାରେ ନିଜ ବନ୍ଧୁଙ୍କୁ ଇମ୍ପ୍ରେଶ କରିବା ପାଇଁ ସେ ଏଭଳି କରୁନାହାଁନ୍ତି ବରଂ ଗୋଟିଏ ଡ୍ରେସକୁ ବାରମ୍ବାର ପିନ୍ଧିଲେ ସାଙ୍ଗ ମାନଙ୍କ ସାମ୍ନାରେ ନିଜକୁ ଲଜ୍ଜା ଅନୁଭବ ହେଉଛି । ତେବେ ଏହି କ୍ରମରେ କେବଳ ୭ ପ୍ରତିଶତ ମହିଳା ଅଛନ୍ତି ଯେଉଁମାନେ ଏହି ସମାନ କଥା ଭାବୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More