Only for Entertainment

ଦୀପିକା ଏବଂ ପ୍ରିୟଙ୍କାଙ୍କ ପରେ ଏବେ ଫ୍ରିଡା ପିଂଟୋ କରିବାକୁ ଯାଉଛନ୍ତି ବିବାହ !

18

ନିକଟରେ ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ବିବାହ ସମ୍ପନ୍ନ ହୋଇଛି । ଯାହାର ଚର୍ଚ୍ଚା ଏବେ ଜୋର ଧରିଛି । ନିକଟରେ ତାଙ୍କର ପ୍ରଥମ ରିସେପସନ ହୋଇଯାଇଛି ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିପରି ଫ୍ୟାନ୍ସ ମାନଙ୍କୁ ଏହି ଯୋଡିଙ୍କର ମୁମ୍ବାଇ ରିସେପସନର ଅପେକ୍ଷା ରହିଛି । ଏହି ଯୋଡିଙ୍କ ବିବାହ ଚର୍ଚ୍ଚା ଏବେ ପର୍ଯ୍ୟନ୍ତ ସରିନାହିଁ କିନ୍ତୁ ଲୋକଙ୍କ ମନରେ ପ୍ରିୟଙ୍କା ଏବଂ ନିକଙ୍କ ବିବାହର ଅପେକ୍ଷା ରହିଲାଣି ।

ଶୁଣିବାକୁ ମିଳିଛି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହ ୨-୩ଡିସେମ୍ବରରେ ଜୋଧପୁରରେ ହେବ । ନିକ ନିଜ ବିବାହ ପାଇଁ ଏବେ ଠାରୁ ଭାରତ ଆସି ସାରିଲେଣି । ଏହାମଧ୍ୟରେ ଏବେ ଖବର ଶୁଣିବାକୁ ମିଳିଛି ଯେ ‘ସ୍ଲମଡଗ ମିଲେନିୟର’ ଫିଲ୍ମ ପାଇଁ ରାତାରାତି ଷ୍ଟାର ହୋଇଥିବା ଅଭିନେତ୍ରୀ ଫ୍ରିଡା ପିଂଟୋ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ଫ୍ରିଡା ନିଜ ବୟଫ୍ରେଣ୍ଡ କୋରୀ ଟ୍ରୈନଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସୂତ୍ର ମୁତାବକ ‘ଏହି ଯୋଡି ଉଭୟ ଉଭୟଙ୍କୁ ନେଇ ଖୁବ ସିରିୟସଏବଂ କୋରୀ ଫ୍ରିଡାଙ୍କୁ ପ୍ରପୋଜ ମଧ୍ୟ କରି ସାରିଛନ୍ତି । ଦୁହେଁ ଆସନ୍ତା ବର୍ଷରେ ବିବାହ କରିବା ଲାଗି ଚିନ୍ତା କରିଛନ୍ତି । ଫ୍ରିଡା ସବୁବେଳେ ନିଜ ପର୍ସନାଲ ଲାଇଫ ବିଷୟରେ ଲୁଚାଇ ରଖନ୍ତି ମାତ୍ର ନିଜ ସମ୍ପର୍କକୁ ନେଇ କେବେ ଲୁଚାଇ ନାହାନ୍ତି । ମାତ୍ର ଫ୍ରିଡା ପିଂଟୋଙ୍କ ପ୍ରବକ୍ତା ଏହାକୁ କନଫର୍ମ କରି ନାହାନ୍ତି ।

ଫ୍ରିଡାଙ୍କ ଫିଲ୍ମୀ କ୍ୟାରିଅର ବିଷୟରେ କହିବାକୁ ଗଲେ ନିକଟରେ ସେ ‘ଲଭ ସୋନିଆ’ରେ ନଜର ଆସିଥିଲେ । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ମୋଗଲୀ: ଲେଜେଣ୍ଡ ଅଫ ଦ ଜଙ୍ଗଲ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More