Only for Entertainment

‘ଧଡକ’ ପରେ ଶଶାଙ୍କ ଖେତାନ ଏହି ଅଭିନେତାଙ୍କ ନିର୍ମାଣ କରିବେ ଧମାକାଦାର ଫିଲ୍ମ ।

zee news
0 31

ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କ ଫିଲ୍ମ ‘ଧଡକ’ ୨୦ ଜୁଲାଇରେ ରିଲିଜ ହୋଇସାରିଛି । ‘ଧଡକ’ ପରେ ଶଶାଙ୍କ ଏବେ ନିଜର ଆଗାମୀ ଫିଲ୍ମର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଫିଲ୍ମର ନାମ ରହିଛି ‘ରଣଭୂମି’ । ଏହି ଫିଲ୍ମରେ ବରୁଣ ଧୱନ ଲିଡ ରୋଲରେ ନଜର ଆସିବେ । କରନ ଜୋହର ଫିଲ୍ମର ପ୍ରଯୋଜନା କରିବେ । କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ଚଳିତ ବର୍ଷ ଫେବୃୟାରୀରେ ଫିଲ୍ମ ବିଷୟରେ ଘୋଷଣା କରିଥିଲା ।

ଫିଲ୍ମ ବିଷୟରେ କରନ ଜୋହର କହିଛନ୍ତି ଏହାର ଏକ ଏପିକ ଷ୍ଟୋରୀ । ଶଶାଙ୍କ ଏବେ ଫିଲ୍ମର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାକୁ ନେଇ ଶଶାଙ୍କ କହିଛନ୍ତି ସ୍କ୍ରିପ୍ଟ ଏବଂ କାଷ୍ଟିଙ୍ଗ ଫାଇନାଲ ହେବା ପରେ ଆମେ ଫିଲ୍ମ ବିଷୟରେ ଘୋଷଣା କରିବୁ । ଫିଲ୍ମ ‘ରଣଭୂମି’ ନେଇ ଶଶାଙ୍କ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ମୋର ସ୍ୱପ୍ନ ଥିଲା ମୁଁ ରଣଭୂମି ପରି ୱାରିୟର ଫିଲ୍ମ ନିର୍ମାଣ କରିବା ପାଇଁ । ଫିଲ୍ମକୁ ନେଇ ଏବେ ମୁଁ ରିସର୍ଚ୍ଚ କରୁଛି । ବରୁଣଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି କାରଣ ସେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି ।

 

ଏହା ପୂର୍ବରୁ ଶଶାଙ୍କ ବରୁଣଙ୍କ ସହିତ ହମ୍ପତି ଶର୍ମା କି ଦୁଲହନିଆ ଏବଂ ବଦ୍ରିନାଥ କି ଦୁଲହନିଆରେ କାମ କରି ସାରିଛନ୍ତି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସଫଳ ହୋଇଛି । ତେବେ ଆଶା କରାଯାଉଛି ଆଗାମୀ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More