Only for Entertainment

କଙ୍ଗନାଙ୍କୁ ଦୀପିକାଙ୍କ ବଡ ମାତ୍ , ଛପାକ ପରେ ନଜର ଆସିବେ ଏହି ଫିଲ୍ମରେ !

India TV
33

ବଲିଉଡ ଷ୍ଟାର ଦୀପିକା ପାଦୁକୋଣ ଏବେ ନିଜ ଫିଲ୍ମ ‘ଛପାକ’ରେ ବ୍ୟସ୍ତ ଅଛନ୍ତି । କିନ୍ତୁ ବିଶେଷ ସୂତ୍ରରୁ ପ୍ରକାଶ ଯେ ସେ ଖୁବ ଶୀଘ୍ର ଆଉ ଏକ ଫିଲ୍ମରେ ସାଇନ କରିବେ । ଏହାପୂର୍ବରୁ ଏହି ଫିଲ୍ମ ପାଇଁ କଙ୍ଗନା ରଣାୱତଙ୍କୁ ସାଇନ କରାଯାଇଥିଲା । କଙ୍ଗନା ଏହି ଫିଲ୍ମକୁ ନେଇ ଖୁବ ଏକ୍ସସାଇଟେଡ ମଧ୍ୟ ଥିଲେ କିନ୍ତୁ ପରେ କଙ୍ଗନାଙ୍କୁ ଏହି ଫିଲ୍ମରୁ ଆଉଟ କରାଯାଇ ଦୀପିକାଙ୍କୁ ଏଂଟ୍ରି କରାଯିବ ବୋଲି ଖବର ଶୁଣିବାକୁ ମିଳିଛି ।

ଏହାମଧ୍ୟରେ ଏକ ସାକ୍ଷାତକାରରେ ଅନୁରାଗ ବାସୁ ନିଜ ଆଗାମୀ ଫିଲ୍ମ ‘ଇମଲି’ ବିଷୟରେ କହିଛନ୍ତି । ସେ ଏହି ଫିଲ୍ମକୁ ନଭେମ୍ବରରେ ସୁଟ କରିଥାଆନ୍ତେ, ମାତ୍ର କଙ୍ଗନା ତାଙ୍କ ଫିଲ୍ମ ମଣିକର୍ଣ୍ଣିକା ପାଇଁ ବ୍ୟସ୍ତ ଥିଲେ ଏବଂ ଅନୁରାଗ ବସୁ ମଧ୍ୟ ନିଜ ଫିଲ୍ମ ସୁଟକୁ ନେଇ ବ୍ୟସ୍ତ ଥିଲେ । ସେ ଏହି ଫିଲ୍ମକୁ ନିଜର ପୂରା ସମୟ ଦେଇ ପ୍ରସ୍ତୁତ କରିବାକୁ ଚାହୁଁଥିଲେ, କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା ।

ସାକ୍ଷାତକାରରେ ଯେତେବେଳେ ନିର୍ଦ୍ଦେଶକଙ୍କୁ ଦୀପିକାଙ୍କ ଏଂଟ୍ରି ବିଷୟରେ ପ୍ରଶ୍ନ କରାଯାଇଥିଲା ଏଥିରେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି । ଦୀପିକା କନଫର୍ମ କଲେ ଏହା ସ୍ପଷ୍ଟ ହେବ ଯେ ସେ ଏହି ଫିଲ୍ମରେ ଏଂଟ୍ରି କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More