Only for Entertainment

Metoo ପରେ ଏବେ ଆସିଲା MenToo, ମିଛ ଶୋଷଣର ଆରୋପ ଉପରେ ସ୍ୱର ଉଠାଇଲେ ପୁରୁଷ

Change
42

ଗତ ବର୍ଷ ଭାରତରେ ମି ଠୁ ମୁଭମେଣ୍ଟ ଖୁବ ଚର୍ଚ୍ଚା ରେ ରହିଥିଲେ । ଏହାକୁ ନେଇ ଆରୋପ ଏବଂ ପ୍ରତ୍ୟାରୋପର ଧାରା ଖୁବ ଲମ୍ବା ଚାଲିଥିଲା । ମିଠୁ ମୁଭମେଣ୍ଟରେ ଅନେକ ମହିଳା ସାମ୍ନାକୁ ଆସି ନିଜ ସହିତ ହୋଇଥିବା ଯୌନ ଶୋଷଣ ଉପରେ ଖୋଲାଖୋଲି ଭାବେ କହିଥିଲେ । ଏହି ଧାରାରେ ସବୁଠାରୁ ଅଧିକ ମାମଲା ଏଣ୍ଟରଟେନମେଣ୍ଟ କ୍ଷେତ୍ରରୁ ଆସିଥିଲା ।

ଏହି ମୁଭମେଣ୍ଟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଥିଲେ ଯେଉଁଥିରେ ପୁରୁଷଙ୍କ ଉପରେ ମିଛ ଆରୋପ ମଧ୍ୟ ଲଗାଯାଇଥିଲା । ଇତି ମଧ୍ୟରେ ଅନେକ ପୁରୁଷଙ୍କୁ ସମାଜରେ ବଦନାମ ଦେବାକୁ ପଡିଥିଲା । ଏବେ ମିଠୁର ଜବାବ ଦେବାକୁ ଯାଇ ପୁରୁଷମାନେ ନିଜ ଉପରେ ଲାଗିଥିବା ମିଛ କାହାଣୀକୁ ମେନ ଠୁ ଜରିଆରେ ଦେଉଛନ୍ତି ।

କ’ଣ ଏହି ମେନ ଠୁ

ସୋସିଆଲ ମିଡିଆରେ ଏବେ ହ୍ୟାଶଟ୍ୟାଗ ମେନ ଠୁ ଟ୍ରେଣ୍ଡ କରିବାରେ ଲାଗିଛି । ଏହି ହ୍ୟାଶଟ୍ୟାଗକୁ ବ୍ୟବହାର କରି ପୁରୁଷ ମିଠୁରେ ନିଜ ଉପରେ ଲାଗିଥିବା ମିଛ ଆରୋପର ଖୁଲାସା କରୁଛନ୍ତି । ମିଠୁ ଜରିଆରେ କିମ୍ବା ସହମତିରେ ହୋଇଥିବା ସମ୍ପନ୍ଧକୁ କିପରି ଦୁଷ୍କର୍ମ ଆକାର ଦିଆଯାଉଛି ଏବଂ ଏହାକୁ ନେଇ ସମାଜରେ ତାଙ୍କୁ କିପରି ଘୃଣା ନଜରରେ ଦେଖାଯାଉଛି ତାହାକୁ ଖୋଲାଖୋଲି ପ୍ରକାଶ କରୁଛନ୍ତି । ଏପରି କି ପୁରୁଷମାନଙ୍କୁ ମିଛ ଆରୋପ ପାଇଁ କାନୁନୁ ଲଢାଇ ଲଢିବାକୁ ପଡିଲା ଏବଂ କୋର୍ଟରେ ମଧ୍ୟ ସେମାନଙ୍କୁ ବିଶେଷ କିଛି ସହାୟତା ମିଳିଲା ନାହିଁ । ଏହି ମିଛ ଆରୋପ କାରଣରୁ କେବଳ କିଛି ପୁରୁଷ ମାନଙ୍କୁ ନୁହେଁ ବରଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଅନେକ ଅନୁବିଧାର ସାମ୍ନା କରିବାକୁ ପଡିଛି ।

ଚର୍ଚ୍ଚାରେ ରହିଛନ୍ତି କରଣ ଓବରଏ

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ମେନଠୁ ରେ ଅଭିନେତା କରଣ ଓବରଏଙ୍କ ମାମଲା ଚର୍ଚ୍ଚାରେ ରହିଛି । କରଣଙ୍କ ସମର୍ଥନରେ ଅନେକ ସେଲିବ୍ରିଟି ସାମ୍ନାକୁ ଆସିଛନ୍ତି ଏବଂ ତାଙ୍କୁ ନିର୍ଦ୍ଦୋଷ ବୋଲି କହୁଛନ୍ତି । କିନ୍ତୁ ଏହି ମାମଲା ଏବେ କୋର୍ଟରେ ରହିଛି ଏବଂ ଏକ ମାସ ପର୍ଯ୍ୟନ୍ତ କଷ୍ଟଡିରେ ରହିବା ପରେ ତାଙ୍କୁ ବେଲ୍ ମିଳିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ଅନେକ କଥା ସାମ୍ନାକୁ ଆସିଛି । ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ପଡିତା ନିଜକୁ ନିଜେ ହାମଲା କରିବାର ସଡଯନ୍ତ୍ର କରିଥିଲା ।

ଅଭିନେତ୍ରୀ ପୂଜା ବେଦୀ ଏହା ମାମଲାକୁ ନେଇ ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ, ପୋଲିସକୁ ଯାଞ୍ଚ କରିବା ଦରକାର । ଯେପରି କୌଣସି ମିଛ ଆରୋପ ପାଇଁ ପୁରୁଷଙ୍କୁ ଅସୁବିଧାର ସାମ୍ନା ନ କରିବାକୁ ପଡେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More