Only for Entertainment

ନୱାଜୁଦ୍ଦିନଙ୍କ ଫିଲ୍ମରେ ମୌନି ରୟଙ୍କ ସ୍ଥାନ ନେବେ ବାହୁବଳୀର ଏହି ଅଭିନେତ୍ରୀ ।

87

ଆକ୍ଟର ନୱାଜୁଦ୍ଦିନଙ୍କ ଫିଲ୍ମ ବୋଲେ ଚୁଡ଼ିୟାଁ ଚର୍ଚ୍ଚାରେ ରହିଛି । ଫିଲ୍ମରେ ପ୍ରଥମେ ନୱାଜଙ୍କ ଅପୋଜିଟରେ ମୌନି ରୟଙ୍କୁ ଚୟନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପ୍ରକଳ୍ପରୁ ବାହାରିଗଲେ । ଏହାପରେ ବେଶ କିଛି ଦିନ ହେବ ନାୟିକା ଖୋଜା ଚାଲିଥିଲା । ଏବେ କିନ୍ତୁ ଚୟନ ଶେଷ ହୋଇଯାଇଛି ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୱାଜଙ୍କ ଭାଇ ସମ୍ସ ସିଦ୍ଦିକୀ । ସୋସିଆଲ ମିଡିଆରେ ସେ ଏହି ବିଷୟରେ ସୂଚନା ଦେଇଛନ୍ତି, ଯେଉଁଥିରେ କ୍ୟାପ୍ସନରେ ଲେଖିଛନ୍ତି ଶେଷରେ ଫିଲ୍ମ ପାଇଁ ପର୍ଫେକ୍ଟ ହିରୋଇନ ଖୋଜା ଶେଷ ହେଲା । ବୋଲେ ଚୁଡ଼ିୟାଁ ପରିବାରରେ ଆପଣଙ୍କୁ ସ୍ୱାଗତ ତମନ୍ନା ଭାଟିୟା ।

 

ତମନ୍ନା ଭାଟିୟାଙ୍କ କଥା ଯଦି ଆଲୋଚନା କରିବା ତେବେ ସେ ହେଉଛନ୍ତି ସାଉଥର ସୁପରଷ୍ଟାର । ବଲିଉଡରେ ମଧ୍ୟ ସେ କେତେକ ଫିଲ୍ମ କରିଛନ୍ତି । ବାହୁବଳୀରେ ମଧ୍ୟ ସେ ନଜର ଆସିଥିଲେ । ତେବେ ତମନ୍ନା ମଧ୍ୟ ଫିଲ୍ମକୁ ନେଇ କହିଛନ୍ତଯେ ତାଙ୍କୁ ଫିଲ୍ମର କାହାଣୀ ଖୁବ ଆକର୍ଷଣ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More