Only for Entertainment

ସୋସିଆଲ ଅକାଉଂଟରେ ରଣବୀରଙ୍କ ଫଟୋ ପୋଷ୍ଟ କରିବା ପରେ, ଦୀପାବଳିର ଶୁଭେଚ୍ଛା ଜଣାଇଲେ ହଲିଉଡ ଅଭିନେତା !

40

ଇଂଟରନ୍ୟାସନାଲ ରେସଲରଙ୍କ ସୋସିଆଲ ଅକାଉଂଟରେ ଦେଖିବାକୁ ମିଳିଲା ବଲିଉଡ ଷ୍ଟାର ରଣବୀର ସିଂଙ୍ଗ ଫଟୋ । ନିକଟରେ ରେସଲର ଜନ୍ ସୀନା ନିଜ ଟୁଇଟର ପେଜରେ ରଣବୀରଙ୍କ ଏକ ଷ୍ଟାଇଲିସ ଫଟୋକୁ ପୋଷ୍ଟ କରିଥିଲେ ।

 

View this post on Instagram

 

A post shared by John Cena (@johncena) on


ଏହା ପୂର୍ବରୁ ସେ ଶାହାରୁଖ ଖାନ, ସୁଶାନ୍ତ ସିଂ ରାଜପୁତ ଓ ଶିଳ୍ପା ସେଠୀଙ୍କ ଫଟୋକୁ ପୋଷ୍ଟ କରି ଚର୍ଚ୍ଚାରେ ରହି ସାରିଥିବା ବେଳେ ଏବେ ପାଳି ପଡିଛି ରଣବୀରଙ୍କର । ଏଥର ଦୀପାବଳିରେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ଏହି ଇଂଟରନ୍ୟାସନାଲ ରେସଲର ।

 

View this post on Instagram

 

A post shared by John Cena (@johncena) on

ଅନ୍ୟପଟେ ବଲିଉଡ ବାଜିରାଓ ଏନେଇ ବେଶ ଖୁସି ପ୍ରକାଶ କରିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି । ୧୭ବର୍ଷ ହେବ ରେସଲର ଭାବେ ପରିଚିତ ଜନ ଏବେ ଅଭିନୟ ଦୁନିଆରେ ପାଦ ରଖିଛନ୍ତି । ଏବେ ହଲିଉଡ ଫିଲ୍ମ ଫାଷ୍ଟ ଆଣ୍ଡ ଫ୍ୟୁରିୟସରେ ଅଭିନୟ କରୁଛନ୍ତି ଜନ । ଯାହା ୨୦୨୦ରେ ପରଦାରେ ରିଲିଜ ହେବ । ସେହିଭଳି ଆଉ ଏକ ଫିଲ୍ମ ‘ପ୍ଲେଇଂ ୱିଥ ଫାୟର’ ରେ ନଜର ଆସିବେ ଜନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More