Only for Entertainment

ପ୍ରିୟଙ୍କା ଭାରତ ଛାଡ଼ିବାରୁ ପ୍ରଡ୍ୟୁସର କହିଲେ ଅନପ୍ରୋଫେସନାଲ ।

youtube
0 46

ଅଲି ଅବାସ ଜଫରଙ୍କ ମେଗା ପ୍ରୋଜେକ୍ଟ ‘ଭାରତ’ର ଲିଡ ଚରିତ୍ର ପ୍ରିୟଙ୍କା ହଠାତ ଫିଲ୍ମ ଛାଡ଼ିବା କଥା କହି ସାରିଛନ୍ତି । ପ୍ରିୟଙ୍କାଙ୍କ ନାମ ଖୁବ ଜୋରରେ ପ୍ରଚାରିତ ହେଉଥିଲା । କାରଣ ଲୋକ ଜାଣି ସାରିଥିଲେଯେ ଲମ୍ବା ସମୟ ପରେ ପ୍ରିୟଙ୍କା ସଲମାନଙ୍କ ସହିତ ଫିଲ୍ମ ଭାରତରେ ଫେରିବେ । ଅଚାନକ ଏଭଳି ଫିଳ୍ମରୁ ବ୍ୟାକଆଉଟ କରିନେବା କଥା ଫିଲ୍ମ ପ୍ରଡ୍ୟୁସରଙ୍କୁ ପସନ୍ଦ ଆସିନାହିଁ ତେଣୁ ପ୍ରଡ୍ୟୁସର ନିଖିଲ ଏହାକୁ ଅନପ୍ରୋଫେସନାଲ କହିଛନ୍ତି ।

ଏହା ମଧ୍ୟ ସତ୍ୟଯେ ନିର୍ଦ୍ଦେଶକ ଅଲି ଅବାସ ଜଫର ଏହି ବିଷୟରେ ନିଜେ ଟ୍ୱିଟ କରି ଜଣାଇଥିଲେ । ଏହା ସହିତ ପ୍ରିୟଙ୍କା ନିକଙ୍କ ସହିତ ବିବାହକୁ ନେଇ ଏଭଳି କରିଛନ୍ତି ବୋଲି ସଙ୍କେତ ମଧ୍ୟ ଦେଇଥିଲେ ।

ପ୍ରଡ୍ୟୁସର ନିଖିଲ କହିଲେଯେ ଦୁଇ ଦିନ ପୂର୍ବରୁ ପ୍ରିୟଙ୍କା ଆମକୁ କହିଲେଯେ ନିକଙ୍କ ସହିତ ନିର୍ବନ୍ଧକୁ ନେଇ ସେ ଏହି ଫିଲ୍ମ ଛାଡ଼ିବାକୁ ଚାହାଁନ୍ତି । ତେଣୁ ପ୍ରଡ୍ୟୁସର ଏହାକୁ ନେଇ ଅନପ୍ରୋଫେସନାଲ ବୋଲି କହିଛନ୍ତି । ତେବେ ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ିବା ପରେ ପ୍ରଡ୍ୟୁସର କ୍ୟାଟ୍ରିନା ଏବଂ ଜ୍ୟାକଲିନଙ୍କୁ ନେଇ ବିଚାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More