Only for Entertainment

ଦିଲ୍ଲୀରେ ଆରମ୍ଭ ହେଲା ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ସୁଟିଂ, ସେଟରୁ ସମ୍ନାକୁ ଆସିଲା ଭାଇଜାନଙ୍କ ଏହି ଭିଡିଓ ।

koimoi
25

ପଂଜାବ ପରେ ବଲିଉଡ ଅଭିନେତା ସଲମାନ ଖାନ ଦିଲ୍ଲୀରେ ‘ଭାରତ’ର ସୁଟିଂ ଆରମ୍ଭ କରିଛନ୍ତି । ଭାରତର ସୁଟିଂ ସେଟରୁ ସଲମାନ ଖାନଙ୍କ ତାଜା ଭିଡିଓ ଏବେ ସାମ୍ନାକୁ ଆସିଛି । ଫିଲ୍ମର ସୁଟିଂ ଜୋର ସୋରରେ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବୋଲି ଦେଖିବାକୁ ମିଳିଛି । ଏହି ଭିଡିଓ ଆଉ କେହି ନୁହଁନ୍ତି ବରଂ ଫିଲ୍ମର ପ୍ରଡ୍ୟୁସର ତଥା ସଲମାନ ଖାନଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଫିଲ୍ମ ବିଷୟରେ ଅନେକ ଅପଡେଟ ସେୟାର କରିଛନ୍ତି । ଭିଡିଓରେ ସଲମାନ ସୁଟିଂ ସେଟରେ ପହଁଚିବାର ଏବଂ ସୁଟିଂ ସେଟରୁ ବାହାରିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ, ଟାଇଗର ଜିନ୍ଦା ହୈ ପରେ ସଲମାନ ଏବଂ କ୍ୟଟ୍ରିନାଙ୍କୁ ପୁଣିଥରେ ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତିତ ତବୁ, ଦିଶା ପଟାନୀ ଏବଂ ସୁନିଲ ଗ୍ରୋଭର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More