Only for Entertainment

ରାଜକୁମାରଙ୍କ ପରେ ବରୁଣ ପିନ୍ଧିଲେ ଶାଢୀ ।,ପଚାରିଲେ କିଏ ଭଲ ଲାଗୁଛି?

aajtak
0 35

ଗତ କିଛି ଦିନ ପୂର୍ବରୁ ଫିଲ୍ମର ସ୍ତ୍ରୀର ଆକ୍ଟର ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀ ଶାଢୀରେ ନଜର ଆସିଥିଲେ । ଏବେ ବରୁଣ ଧାୱନ ମଧ୍ୟ ସେହି ଟ୍ରାକରେ ନଜର ଆସିଛନ୍ତି । ବରୁଣ ଧାୱନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଅନୁଷ୍କା ଶର୍ମାଙ୍କ ସହିତ ଶାଢୀ ପିନ୍ଧିଥିବା ନଜର ଆସିଛନ୍ତି ।

ଫଟୋର କ୍ୟାପ୍ସନରେ ବରୁଣ ଲେଖିଛନ୍ତିଯେ କିଏ ଭଲରେ ପିନ୍ଧିଛି?ମମତା ନା ମୌଜୀ?କହିରଖୁଛୁଯେ ବରୁଣ ଖୁବଶୀଘ୍ର ଫିଲ୍ମ ସୁଇ ଧାଗାରେ ଏକ ଦରଜୀ ଚରିତ୍ରରେ ନଜର ଆସିବେ । ଫିଲ୍ମର କାହାଣୀ ଏହିଭଳି ହୋଇଛି ଯେଉଁଥିରେ ଜଣେ ଦରଜୀ ଅନ୍ୟ ନିକଟରେ କରୁଥିବା ସିଲେଇ କାମକୁ ଛାଡ଼ି ନିଜର କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି,ଏବଂ ନିଜର ଟ୍ୟାଲେଂଟ ଏବଂ ପରିଶ୍ରମକୁ କେଉଁଭଳି ଭାବରେ ସେ ବ୍ୟବହାର କରିଛି ତାହା ମଧ୍ୟ ଦର୍ଶାଇଛି । ଫିଲ୍ମର ଟ୍ରେଲରକୁ ନିକଟରେ ରିଲିଜ କରାଯାଇଥିଲା ଯାହାକୁ ଇଂଟରନେଟରେ ଖୁବ ଭଲ ରେସପନ୍ସ ମିଳିଛି ।

 


ଏହା ପ୍ରଥମ ଥର ଯେତେବେଳେ ଅନୁଷ୍କା ଶର୍ମା ଏଭଳି ଚରିତ୍ରରେ ଅଭିନୟ କରିଛନ୍ତି । ଏଥିପାଇଁ ତାଙ୍କୁ ଖୁବ ପ୍ରଶଂସା ମିଳୁଛି । କିନ୍ତୁ କ’ଣ ଆପଣ ଜାଣନ୍ତିକି ପ୍ରଥମେ ଅନୁଷ୍କା ଶର୍ମା ଏହି ଚରିତ୍ରରେ ଅଭିନୟ କରିବାକୁ ମନା କରି ଦେଇଥିଲେ । ଟ୍ରେଲର ରିଲିଜ ହେବା ଦିନ ଇଭେଂଟରେ ଅନୁଷ୍କା ଏହି କଥା କହିଥିଲେଯେ ସେ ନିଶ୍ଚିତ ନଥିଲେଯେ ସେ ଏହି ଚରିତ୍ର କରିବାରିବେ ନା ନାହିଁ,ତଥାପି ଖୁବ ବୁଝାଇବା ପରେ ସେ ଏଥିପାଇଁ ରାଜି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More