Only for Entertainment

‘ସଂଜୁ’ ପରି ଅନ୍ୟ ଠାରୁ ଭିନ୍ନ ‘ମଂଜୁ’ର କାହାଣୀ, ଭିଡିଓ ଦେଖିଲେ ହସ ରୋକି ପାରିବେ ନାହିଁ ।

zee news
0 44

ରାଜକୁମାର ହିରାନୀଙ୍କ ଫିଲ୍ମ ‘ସଂଜୁ’ କିଛି ଦିନରୁ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ରଣବୀର କପୁର ଲିଡ ରୋଲରେ ନଜର ଆସିବେ । ଫିଲ୍ମ ସଂଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ଫିଲ୍ମକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ଟ୍ରେଲର ବ୍ୟତିତ ଫିଲ୍ମର ୨ ଟି ଗୀତ ମଧ୍ୟ ରିଲିଜ ହୋଇସାରିଛି । ଫିଲ୍ମକୁ ନେଇ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି । ‘ସଂଜୁ’ର ପପୁଲାରିଟି ମଧ୍ୟରେ ସୋସିଆଲ ମିଡିଆରେ ‘ମଂଜୁ’ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

‘ମଂଜୁ’ର ଏହି ଭିଡିଓକୁ ୟୁ-ଟ୍ୟୁବରେ ଅପଲୋଡ କରିବା ପରେ ଏହା ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ‘ସଂଜୁ’ କାହାଣୀ ସହିତ ‘ମଂଜୁ’ର କାହାଣୀ ମିଶୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ମଂଜୁ ନାମକ ଏକ କାମବାଲି ଉପରେ ଆଧାରିତ । ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେ ନାହିଁ ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More