Only for Entertainment

ଆଲିଆଙ୍କ ଠାରୁ ଅଲଗା ହେବା ପରେ କିଆରାଙ୍କ ସହିତ ସମ୍ପର୍କ ବଢାଉଛନ୍ତି କି ସିଦ୍ଧାର୍ଥ ମଲହୋତ୍ରା ?

India Today
0 47

ସିଦ୍ଧାର୍ଥ ମଲହୋତ୍ରା କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରେ ବଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ସହିତ ଆଲିଆ ଭଟ୍ଟ ଏବଂ ବରୁଣ ଧୱନ ମଧ୍ୟ ବଲିଉଡରେ ପାଦ ରଖିଥିଲେ । ଏହି ଫିଲ୍ମର ସୁଟିଂ ଆରମ୍ଭରୁ ହିଁ ସିଦ୍ଧାର୍ଥଙ୍କ ନାମ ଆଲିଆଙ୍କ ସହିତ ଯୋଡା ଯାଇଥିଲା । ଦୁହେଁ ପରସ୍ପରକୁ ଅନେକ ବର୍ଷ ଡେଟ କରିବା ପରେ କୌଣସି କାରଣରୁ ଅଲଗା ହୋଇଯାଇଥିଲେ ।

Jacqueline-Fernandez-and-Sidharth-Malhotra

ଏହାପରେ ପୁଣି ଖବର ଶୁଣିବାକୁ ମିଳିଲା ଯେ ଅଭିନେତା ସିଦ୍ଧାର୍ଥ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଡେଟ କରୁଛନ୍ତି । ଏହା ପରେ ଅଲିଆ ରଣବୀରଙ୍କ ରିଲେସନସିପ ବିଷୟରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲା । କିନ୍ତୁ ଇତି ମଧ୍ୟରେ ସିଦ୍ଧାର୍ଥ ଏବଂ ଜ୍ୟାକଲିନଙ୍କର ବ୍ରେକଅପ ହୋଇଯାଇଥିଲା ।

kiara

ଏବେ ପୁଣିଥରେ ସିଦ୍ଧାର୍ଥଙ୍କ ଲଭ ଲାଇଫକୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି । ଖବର ଅନୁସାରେ ସିଦ୍ଧାର୍ଥ ଜ୍ୟାକଲିନଙ୍କ ଠାରୁ ଅଲଗା ହେବା ପରେ ‘ଏମ. ଏସ. ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ର ନାୟିକା କିଆରା ଆଡଭାଣୀଙ୍କ ସମ୍ପର୍କ ବଢାଇବାକୁ ଚାହୁଁଛନ୍ତି । ଫିଲ୍ମଫେୟାରର ଏକ ରିପୋର୍ଟ ଅନୁସାରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ପରସ୍ପର ସହିତ ସମୟ ବିତାଇବା ପାଇଁ ଭଲ ଲାଗିଥାଏ । ନିକଟରେ କିଆରାଙ୍କ ବର୍ଥଡେ ପାର୍ଟିରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More