Only for Entertainment

ସୋନମ ଏବଂ ଦୀପିକାଙ୍କ ବିବାହ ପରେ ଏହି ଯୋଡି କରିବେ ବିବାହ, ସାମ୍ନାକୁ ଆସିଲା ବିବାହ ତାରିଖ ।

youtube
0 69

ବଲିଉଡରେ ୨୦୧୮କୁ ବିବାହ ବର୍ଷ ରୂପେ ଜଣାଯାଇଛି । ସୋନମ କପୁର, ନେହା ଧୁପିଆ, ହିମେଶ ରେସମିଆଙ୍କ ବିବାହ ପରେ ଏବେ ଆଉ ଏକ ଯୋଡି ଖୁବ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ଆଜ୍ଞା ହଁ ଆମେ ଏଠାରେ ଜଣାଇ ରଖୁଛୁ ଯେ ଦୀପିକା ପାଦୁକୋଣ ଏବଂ ରଣବୀର ସିଂ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ଏକ ଇଂରାଜୀ ୱେବସାଇଟ ମୁତାବକ ଦୁହେଁ ଚଳିତ ବର୍ଷ ୧୮-୨୦ମଧ୍ୟରେ ବିବାହ କରିପାରନ୍ତି ।

Ranveer-and-Deepika-marriage

ଖବର ମୁତାବକ ଦୁହେଁ ମୁମ୍ବାଇରେ ବିବାହ କରିବେ । ଯଦିଓ ଏହି ସମ୍ବନ୍ଧିତ କୌଣସି ଖବର ଦୁହେଁ ପ୍ରକାଶ କରି ନାହାନ୍ତି । ମାତ୍ର ଦୁହିଁଙ୍କ ବିବାହ ଖବର ଅନେକ ଦିନ ହେବ ଚର୍ଚ୍ଚାରେ ରହି ଆସିଛି । ଦୁହିଁଙ୍କୁ ଅନେକ ପାର୍ଟି ଏବଂ ହଲିଡେ’ରେ ଏନଂଜୟ କରୁଥିବା ଦେଖା ଯାଇସାରିଲାଣି । ଏହାପୂର୍ବରୁ ଡିଏନଏ ରିପୋର୍ଟ ମୁତାବକ ଦାବି କରାଯାଇଥିଲା ଯେ ବିବାହ ପାଇଁ ପରିବାର ବର୍ଗ ତାରିଖ ଚୟନ କରୁଛନ୍ତି ଏବଂ ଚଳିତ ବର୍ଷ ନଭେମ୍ବରରେ ଦୁହେଁ ବିବାହ କରିବେ । ଏହି କାରଣରୁ କାହାକୁ ନଭେମ୍ବରରେ ଛୁଟି ଦିଆଯିବ ନାହିଁ । ମେକଅପ ଆର୍ଟିଷ୍ଟ ଠାରୁ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ସମସ୍ତେ ଦୀପିକାଙ୍କ ବିବାହରେ ସାମିଲ ରହିବେ ବୋଲି କୁହାଯାଇଛି ।

ranveer-singh-deepika-padukone

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ସୋନମ କପୁର ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପରିବାର ବର୍ଗ ଏବେ ଦୀପିକା ଏବଂ ରଣବୀରଙ୍କ ବିବାହକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More