ଆପଣ ଜାଣନ୍ତିକି ଲୋକେସନ ଅଫ କରିବା ପରେ ମଧ୍ୟ ଗୁଗଲ ଆପଣଙ୍କୁ ଟ୍ରାକ କରୁଛି ।
ସ୍ମାର୍ଟଫୋନର ଲୋକେସନ ଅଫ କରିବା ପରେ ମଧ୍ୟ ଆପଣ କେତେ ଥର ଟ୍ରାକ ହେବାରୁ ବଂଚିପାରିବେ ନାହିଁ । ଲୋକେସନ ଅଫ କରିବା ପରେ ବ୍ୟବହାରକାରୀ ନିଶ୍ଚିତ ହୋଇ ଯାଉଛନ୍ତିଯେ ଏବେ ତାଙ୍କୁ କେହି ଟ୍ରାକ ରିପାରିବେ ନାହିଁ । କିନ୍ତୁ ଗୁଗଲ ଲୋକେସନ ଟ୍ରାକ ଅଫ କରିବା ପରେ ମଧ୍ୟ ଆପଣଙ୍କ ଲୋକେସନ ଟ୍ରାକ କରୁଛି ଏବଂ ଖବର ତା’ ନିକଟରେ ରଖୁଛି । ଏପିର ରିପୋର୍ଟ ଅନୁସାରେ ଗୁଗଲ କେବଳ ଗୁଗଲ ମାନଚିତ୍ର ଜରିଆରେ ଟ୍ରାକ କରିଥାଏ ତାହା ନୁହେଁ ବରଂ ବ୍ରାଉଜର,ୱେଦର ଅପଡେଟ୍ସ ଏବଂ ବ୍ରାଉଜର ସର୍ଚ ଜରିଆରେ ମଧ୍ୟ ଟ୍ରାକ କରିଥାଏ । ଲୋକେସନ ଅଫ କରିବା ଦ୍ୱାରା କବେଳ ଆପଣଙ୍କ ଳେଶକେସନ ଟାଇମଲାଇନରେ ଦେଖାଯିବ ନାହିଁ । ଏହାପରେ ମଧ୍ୟ ଆପଣ ଟ୍ରାକ ହେଉଛନ୍ତି ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଖବର ଆସିଛିଯେ ଗୁଗଲ ଆପଣଙ୍କ ଲୋକେସନ ଟ୍ରାକ କରୁଛି ବରଂ ଗତ ନଭେମ୍ବରରେ କ୍ୱାର୍ଟଜ ଏକ ରିପୋର୍ଟ ପବ୍ଲିସ କରିଥିଲାଯେ ଲୋକେସନ ଅଫ କରିବା ପରେ ମଧ୍ୟ ନିକଟସ୍ଥ ଡେଫାନ ଟାୱାରରୁ ଗୁଗଲକୁ ଆପଣଙ୍କ ଲୋକେସନ ଡାଟା ପଡାଯାଉଛି । କେବଳ ସେତିକି ନୁହେଁ ସିମ ନଥିଲେ ମଧ୍ୟ ଏହା ହୋଇଥାଏ । କିନ୍ତୁ ଏହି ରିପୋର୍ଟରେ ସେଲଫୋନ ଟାୱାର ନୁହେଁ ବରଂ ଗୁଗଲର ୱେବ ସର୍ଭିସକୁ ଦାୟୀ ବୋଲି କୁହାଯାଇଥିଲା ।
ବ୍ଲୁମବର୍ଗକୁ ଦେଇଥିବା ଏକ ବୟାନରେ ଗୁଗଲ କହିଛିଯେ ଲୋକେସନ ହିଷ୍ଟ୍ରି ଗୁଗଲର ପ୍ରଡକ୍ଟ ଏବଂ ଏହା ଆପଣଙ୍କ ଇଛାରେ ରହିଛି । ଏହାକୁ ଆପଣ ଏଡିଟ ବା ଡିଲିଟ କରିପାରିବେ ଏବଂ ବନ୍ଦ ଏବଂ ଚାଲୁ ମଧ୍ୟ କରିପାରିବେ ।