Only for Entertainment

ପଡ଼ିଲା କଙ୍ଗନାଙ୍କ ଧମକର ପ୍ରଭାବ, ଏଭଳି ମତ ରଖିଲା କରଣୀ ସେନା ।

youtube
37

ଫିଲ୍ମ ପଦ୍ମାବତ ପରେ କଙ୍ଗନା ରଣାୱତ ଷ୍ଟାରର ଫିଲ୍ମ ମଣିକର୍ଣ୍ଣିକାକୁ ବିରୋଧ କରିବା ଆରମ୍ଭ କରି ଦେଇଥିଲା କରଣୀ ସେନା । କିନ୍ତୁ କଙ୍ଗନାଙ୍କ ଧମକ ପରେ କରଣୀ ସେନା ନିଜର ମତ ବଦଳାଇ ଦେଇଥିବା ଜଣାପଡ଼ିଛି । ଫିଲ୍ମକୁ ରିଲିଜ୍‌ କରାଗଲେ ଏହାର ଫଳାଫଳ ଭୟାବହ ହେବ ବୋଲି ସେନା ପକ୍ଷରୁ କୁହାଯାଇଥିବା ବେଳେ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ କଙ୍ଗନା । ଯଦି ସେମାନେ ଫିଲ୍ମ ରିଲିଜ୍‌ କରିବାରେ କୌଣସି ଅସୁବିଧା ସୃଷ୍ଟି କରନ୍ତି ବା ମୋତେ କୌଣସି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତେବେ ମୁଁ ସମସ୍ତଙ୍କୁ ଧ୍ୱଂସ କରିଦେବି ବୋଲି କଙ୍ଗନା କହିଥିଲେ । କଙ୍ଗନାଙ୍କ ଏଭଳି ଧମକ ପରେ ଏବେ ନିଜକୁ ନିର୍ଦ୍ଦୋଷ ବୋଲି କହିଛି କରଣୀ ସେନା । ଆମେ ଫିଲ୍ମକୁ ବିରୋଧ କରୁ ନାହୁଁ ବୋଲି କହିଛି କରଣୀ ସେନା ।

ସେନାର ରାଷ୍ଟ୍ରୀୟ ପ୍ରବକ୍ତା ହିମାଂଶୁଙ୍କ କହିବା ଅନୁଯାୟୀ,”ରାଜପୁତ୍‌ କରଣୀ ସେନାର ନାଁକୁ ଖରାପ କରାଯାଉଛି । କିଛି ଲୋକ ନିଜର ବ୍ୟକ୍ତିଗତ କାରଣ ପାଇଁ ସେନାର ନାଁ ଖରାପ କରୁଛନ୍ତି । ଯଦି କୌଣସି ସଂପ୍ରଦାୟ ବା କୌଣସି ପରିବାର ଆମ ପାଖରେ ପହଞ୍ଚି କୌଣସି ଫିଲ୍ମକୁ ନେଇ ଆପତ୍ତି କରିଥାଏ- ତେବେ, ଆମେ ପ୍ରଥମେ ଫିଲ୍ମ ବିଷୟରେ ଭଲ ଭାବରେ ଜାଣିବା ପରେ ଯଦି ଆମକୁ ଅଭିଯୋଗ ଆଣିଥିବା ଲୋକଙ୍କ କଥା ସତ ବୋଲି ଲାଗେ, ତେବେ ଯାଇ ଆମେ ବିରୋଧ କରିଥାଉ । ଏ ପର୍ଯ୍ୟନ୍ତ ମଣିକର୍ଣ୍ଣିକାକୁ ନେଇ ସେଭଳି କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । କେହି ଆମ ସେନର ନାଁକୁ ବ୍ୟବହାର କରି ଏପରି କରୁଥିବା” ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More