Only for Entertainment

‘ମହାଭାରତ’ରେ କୃଷ୍ଣ ହେବେ ଅମିର୍ ! ୧୦ ବର୍ଷ ପାଇଁ କରିବେ ନାହିଁ କୌଣସି ଫିଲ୍ମ

Cute HD Wallpapers
0 42

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଗାମୀ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ତାନ’ରେ ଏବେ ଖୁବ୍ ବ୍ୟସ୍ତ । କିନ୍ତୁ ନିକଟରେ ଅମିର ଫିଲ୍ମ ‘ମହାଭାରତ’ରେ ଅଭିନୟ କରିବାକୁ ଚାହୁଁଛନ୍ତି ବୋଲି ସୋସିଆଲ ମିଡଆରେ ଚର୍ଚ୍ଚା ହେଉଥିଲା । ଏବେ କିନ୍ତୁ ଅମିର ‘କୃଷ୍ଣ’ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି ବୋଲି ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ଖବରରେ କେତେ ସତ୍ୟତା ଅଛି, ତାହାର କିଛି ସ୍ପଷ୍ଟ ସୂଚନା ଏଯାଏ ମିଳିନାହିଁ ।

ଖବର ଅନୁସାରେ, ଅମିର ଖାନ ଖୁବଶୀଘ୍ର ଫିଲ୍ମ ‘ମହାଭାରତ’ର ସୁଟିଂ ଆରମ୍ଭ କରିପାରନ୍ତି । ଏହି ଫିଲ୍ମ ପ୍ରୋଜେକ୍ଟର ବି କାମ ଆରମ୍ଭ ହୋଇଗଲାଣି । ଫିଲ୍ମ ‘ମହାଭାରତ’ ପାଂଚଟି ଭାଗରେ ଆସିବ ବୋଲି କୁହାଯାଉଛି । ଏଥିପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିପାରେ । ଅମିର ‘ଠଗସ ଅଫ ହିନ୍ଦୁସ୍ତାନ’ ପରେ ଫିଲ୍ମ ‘ମହାଭାରତ’ରେ କାମକରିବାକୁ ନେଇ ଖୁବ ଉତ୍ସାହ ଅଛନ୍ତି । ଏହି ଫିଲ୍ମରେ ଅମିର କାମ କରିଲେ ଅନ୍ୟ କୌଣସି ବି ଫିଲ୍ମରେ କାମ କରିବାକୁ ଚାହୁଁ ନାହାନ୍ତି ବୋଲି କୁହାଯାଉଛି ।

ପୂର୍ବରୁ ଦେଖାଯାଇଛି କି ଅମିର ଯେଉଁ ଫିଲ୍ମ ବି କରନ୍ତି , ପୁରା ପ୍ରସ୍ତୁତିରେ କରନ୍ତି । ଚରିତ୍ର ଅନୁଯାୟୀ ନିଜକୁ ଫିଟ୍ କରନ୍ତି । ଆଉ ଶତପ୍ରତିଶତ ଚେଷ୍ଟା ଦିଅନ୍ତି । ଯେଉଁଥି ପାଇଁ ଅମିର ସବୁବେଳେ ନିଜର ଭୂମିକାରେ ସ୍ୱତନ୍ତ୍ର ଲାଗନ୍ତି । ଆଉ ଏବେ ‘ମହାଭାରତ’ ରେ ଯଦି ସେ କାମ ଆରମ୍ଭ କରନ୍ତି , ନିଃସନ୍ଦେହରେ ସେ ଏଥିପାଇଁ ନିଜର ସମସ୍ତ ଶକ୍ତି ଲଗେଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More