Only for Entertainment

ଶ୍ରୀଦେବୀଙ୍କ ଡେଡବଡିରେ ତ୍ରୀରଙ୍ଗା ଦେଖି ଲୋକ ଉଠାଇଥିଲେ ଏହି ପ୍ରଶ୍ନ । ଉତ୍ତର ଶୁଣିବା ପରେ…….

Mid-Day
0 51

ଏହି ବର୍ଷ ୨୪ ଫେବୃୟାରୀକୁ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ଶେଷରେ ଯେତେବେଳେ ଶ୍ରୀଦେବୀଙ୍କ ମର ଶରୀରକୁ ତ୍ରୀରଙ୍ଗାରେ ଘୋଡ଼ାଇ ନିଆଯାଉଥିଲା ସେହି ସମୟରେ କାହିଁକି ଶ୍ରୀଦେବୀଙ୍କ ଉପରେ ତ୍ରୀରଙ୍ଗା ପକାଯାଇଛି ବୋଲି କିଛି ଲୋକ ପ୍ରଶ୍ନ କରିଥିଲେ । ଆସନ୍ତୁ ଜାଣିବା ସେହି କାରଣ ।

କହି ରଖୁଛୁଯେ ଶ୍ରୀଦେବୀ ପିଲା ଦିନରୁ ଅଭିନୟରେ ପାଦ ଦେଇଥିଲେ ଓ କେତେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ତାଙ୍କ ଫିଲ୍ମ ଚାନ୍ଦନୀ,ଚାଲବାଜ,ମିଷ୍ଟର ଇଣ୍ଡିଆ ଏବଂ ସଦମା ଭଳି ଫିଲ୍ମକୁ ଆଜି ମଧ୍ୟ ଦର୍ଶକ ମନେ ରଖିଛନ୍ତି । ଶେଷ ପର୍ଯ୍ୟନ୍ତ ସେ ବଲିଉଡର ସାଥ ଛାଡ଼ି ନଥିଲେ । ଶେଷ ଥର ପାଇଁ ଇଙ୍ଗଲିସ ବିଙ୍ଗଲିସ ଓ ମମରେ ଜବରଦସ୍ତ ଇନକମ କରି ସେ ଏକ ଅଭୁଲା ଚିହ୍ନ ଛାଡ଼ି ଯାଇଛନ୍ତି ଦର୍ଶକଙ୍କ ହୃଦୟରେ ।

ଶେଷ ସମୟରେ ତାଙ୍କ ମର ଶରୀର ଉପରେ ତ୍ରୀରଙ୍ଗ ପଡ଼ିଥିବାକୁ ନେଇ ପ୍ରଶ୍ନ କରାଯାଇଥିବାରୁ ଉତ୍ତର ସାମ୍ନାକୁ ଆସିଥିଲାଯେ ଫିଲ୍ମ ଏବଂ ସମାଜରେ ଶ୍ରୀଦେବୀଙ୍କର ବିଶିଷ୍ଟ ଯୋଗଦାନ ଥିଲା । ୨୦୧୩ରେ ତାଙ୍କୁ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହା ଜାଣିବା ପରେ ପ୍ରଶ୍ନ କରିଥିବା ଲୋକ ଚୁପ ହୋଇ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More