Only for Entertainment

ଓଲିଉଡ ମୁହାଁ ହେଉଛନ୍ତି ଆଇଟମ ଗର୍ଲ ରାନୀ, ଦିନେ ଖଣ୍ଡଗିରି ଯାତ୍ରାରେ ଚହଳ ପକାଇଥିଲେ

VS.Mobi
210

ଜଲିଉଡର ଆଇଟମ ଗର୍ଲ ରାନୀ । ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ମଂଚ ଉପରେ ଆଇଟମ ଗୀତରେ ଡ୍ୟାନ୍ସ କରି ଚହଳ ସୃଷ୍ଟି କରିଥିଲେ । ଅଶ୍ଳୀଳତାର ସବୁ ସୀମା ପାର କରି ଦେଇଥିବାକୁ ନେଇ ବିବାଦରେ ଥିଲେ ଏହି ଆଇଟମ ଗର୍ଲ । ଏହି ଅଶ୍ଲୀଳ ନୃତ୍ୟ ଦେଖି ମତୱାଲା ହୋଇଯାଉଥିଲେ ଦର୍ଶକ । ଆଉ ରାନୀଙ୍କୁ ମିଳିଚାଲିଥିଲା ପପୁଲାରିଟି । ଏପରିକି ଦର୍ଶକଙ୍କୁ କାମୁଡି ବିବାଦକୁ ମଧ୍ୟ ଆସିଥିଲେ ଏହି ଆଇଟମ୍ ଗର୍ଲ । ଯାହାପରେ ଚାରିଆଡ଼େ କେବଳ ଚାଲିଲା ରାନୀଙ୍କ ଚର୍ଚ୍ଚା । ଟିଭି ଏବଂ ଖବର କାଗଜର ହେଡ ଲାଇନରେ ସେ ହୋଇଗଲେ ପ୍ରଥମ ପସନ୍ଦ । ତେବେ କିଛି ଦିନ ହେବ ଚର୍ଚ୍ଚା ଥମି ଯାଇଥିବା ପରେ ପୁଣିଥରେ ରାନୀ ଚର୍ଚ୍ଚାକୁ ଆସି ଯାଇଛନ୍ତି ।

 

ଯାତ୍ରାର ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କୁ ନେଇ ଆରମ୍ଭ  ହୋଇଛି ନୂଆ ବିବାଦ । ରାନୀଙ୍କ ଜୀବନର ଚର୍ଚ୍ଚିତ ଘଟଣାକୁ ନେଇ ନିର୍ମାଣ ହେବାକୁ ଯାଉଛି ସିନେମା।  ନ୍ୟୁ ଯାତ୍ରା ସଚ୍ଚିଦାନନ୍ଦ ପାର୍ଟିର  ମାଲିକ ମଧ୍ୟ  ରାନୀଙ୍କ ଜୀବନୀକୁ ନେଇ ନେଇ ତିଆରି କରୁଛନ୍ତି ଯାତ୍ରା ନାଟକ । ଆଇଟମ ଗାର୍ଲ ରାନୀ ପଣ୍ଡା ନାଁରେ ଯାତ୍ରା କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି  ଫିଲ୍ମ  ନିର୍ଦ୍ଦେଶକ ସଂଜୟ ନାୟକ। ଫିଲ୍ମ ନିର୍ଦ୍ଦେଶକଙ୍କ ଅଭିଯୋଗ ହେଲା, ରାନୀଙ୍କ ବିବାଦୀୟ ଜୀବନକୁ ନେଇ କାହିଁକି ତିଆରି ହେଉଛି ଯାତ୍ରା । ଅନ୍ୟପକ୍ଷରେ ରାନୀ କହିଛନ୍ତି ତାଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ସିନେମା ଓ ଯାତ୍ରା ମଧ୍ୟରେ ଆକାଶ ପାତାଳ ତଫାତ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More