Only for Entertainment

ଏକ ମାସ ପରେ ପୁଣି ବିଗିଡ଼ିଲା ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ,ହସ୍ପିଟାଲରେ ଭର୍ତ୍ତି ।

90

ବଲିଉଡର ପ୍ରସିଦ୍ଧ ଆକ୍ଟର ଦିଲ୍ଲୀପ କୁମାର ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୁହାଯାଉଛି ନିମୋନିଆ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସୂଚନା ଦିଲ୍ଲୀପ କୁମାରଙ୍କ ଟ୍ୱିଟର ହ୍ୟାଣ୍ଡେଲ ଆକାଉଂଟରୁ ମିଳିଛି । କହିରଖୁଛୁଯେ ୫ ସେପ୍ଟେମ୍ବରକୁ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଛାଥିରେ କଷ୍ଟ ହେବା ସହିତ ଇନଫେକସନ ମଧ୍ୟ ହୋଇଥିଲା,ଯାହାର ପ୍ରତିଟି ସୂଚନା ତାଙ୍କ ପତ୍ନୀ ସାଏରା ବାନୋ ଏବଂ ତାଙ୍କ ଝିଅ ସୋସିଆଲ ମିଡିଆରେ ଦେଉଥିଲେ । ସ୍ୱାସ୍ଥ୍ୟ ଖରାପ ହେତୁ ତାଙ୍କୁ ଆଇସିୟୁରେ ମଧ୍ୟ ରଖାଯାଇଥିଲା ।ଏହାର ଏକ ମାସ ପରେ ପୁଣିଥରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି ।

ଦିଲ୍ଲୀପଙ୍କ ଶରୀର ପୁଣିଥରେ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କ ସ୍ତ୍ରୀ ଖୁବ ଚିନ୍ତିତ ଅଛନ୍ତି । ସମସ୍ତଙ୍କର ଏହି ପ୍ରାର୍ଥନା ସେ ଖୁବ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ ।

ଦିଲ୍ଲୀପ ଶେଷ ଥର ପାଇଁ ୧୯୯୮ରେ ଫିଲ୍ମ କିଲାରେ ନଜର ଆସିଥିଲେ । ଦିଲ୍ଲୀପ ଏବଂ ସାୟରା ଲଭ ମ୍ୟାରେଜ କରିଥିଲେ । ଦିଲ୍ଲୀପଙ୍କ ବୟସ ବିବାହ ସମୟରେ ୪୪ ବର୍ଷ ଥିବା ସମୟରେ ସାୟରାଙ୍କ ବୟସ ଥିଲା ୨୨ ବର୍ଷ । ବିବାହର ଏତେ ବର୍ଷ ପରେ ମଧ୍ୟ ଦୁଇ ଜଣଙ୍କ ସଂପର୍କ ଖୁବ ସୁଦୃଢ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More