Only for Entertainment

ଜାୟରା ୱସିମଙ୍କୁ ମହଙ୍ଗା ପଡ଼ିଲା ଟ୍ୱିଟର ପୋଷ୍ଟ ।

48

ଦଙ୍ଗଲ ଏଂ ସିକ୍ରେଟ ସୁପରଷ୍ଟାର ଭଳି ଦୁଇ ଦୁଇଟି ସୁପରହିଟ ଫିଲ୍ମ ଦେଇଥିବା ଅଭନେତ୍ରୀ ଜାୟରା ୱସିମ ବଲିଉଡକୁ ବିଦାୟ କହି ଦେଇଛନ୍ତି । ଯାହାର ଖବର ଆମେ ଆପଣଙ୍କୁ ଦେଇଥିଲୁ । ଏହି ପୋଷ୍ଟ ପରେ କିପରି ରବୀନା ଟଣ୍ଡନ ଜାୟରାଙ୍କୁ ଖୁବ ଶୁଣାଇଥିଲେ ତାହା ମଧ୍ୟ ଜଣାଇଥିଲୁ । କଥା ସେତିକିରେ ସରିନାହିଁ । ଏବେ ୟୁଜର୍ସଙ୍କ କଟୁକଥାର ଶୀକାର ହୋଇଛନ୍ତି ଜାୟରା । ଜାଏରାଙ୍କ ମ୍ୟାନେଜର୍‌ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇଛି ବୋଲି ସୂଚନା ଦେଇଥିଲେ। ଜାଏରା ଏହି କଥାର ସଫେଇ ଦେଇ ଆଉ ଏକ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, ‘ମୋ ସୋଶାଲ୍‌ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇନାହିଁ। ମୁଁ ନିଜେ ଆକାଉଣ୍ଟ ଦେଖେ। କୃପା କରି ବିଭିନ୍ନ କଥାକୁ ବିଶ୍ୱାସ କରନ୍ତୁ ନାହିଁ’।

ଜାଏରା ଏହି ପୋଷ୍ଟ କରିବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଯେ, ‘ଇସ୍‌ଲାମ୍‌ ଧର୍ମରେ ଟ୍ୱିଟର୍‌ ବ୍ୟବହାର କରିବା ମଧ୍ୟ ଭୁଲ୍‌। ଆପଣ ବୁର୍ଖା ପିନ୍ଧି ଘରେ ବସନ୍ତୁ। ଆଉ ଜଣେ ୟୁଜର୍ସ କହିଛନ୍ତି ଯେ, ସୋଶାଲ୍‌ ମିଡିଆରୁ ମଧ୍ୟ ଶୀଘ୍ର ଦୂରେଇ ଯାଆନ୍ତୁ।ସେହିଭଳି ଆଉ ଜଣେ ୟୁଜର୍‌ କହିଛନ୍ତି, କେହି ବି ତୁମ ପାଇଁ କାନ୍ଦିବେନି, ନା ତୁମ ପାଇଁ ଖୁସି ମଧ୍ୟ ହେବେ ନାହିଁ।’ଜାଏରା ଏହି ପୋଷ୍ଟ କରିବା ମାତ୍ରେ ଅନେକ ୟୁଜର୍‌ ନେଗେଟିଭ୍‌ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।ଏଠାରେ ଆମେ କହିରଖିବାକୁ ଚାହୁଁଛୁ, ଜାଏରା ୨୦୧୬ ମସିହାରେ ରିଲିଜ୍‌ ହୋଇଥିବା ସୁପର୍‌ହିଟ୍‌ ଫିଲ୍ମ ‘ଦଙ୍ଗଲ୍‌’ ଯୋଗେ ବଲିଉଡ୍‌ରେ ପାଦ ରଖିଥିଲେ।ଏହା ପରେ ସେ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ରେ କାମ କରିଥିଲେ।

ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍‌’ ଆସିବାକୁ ଯାଉଛି। ଏଥିରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବା ସହ ଜାଏରା ମଧ୍ୟ ଅଛନ୍ତି। ଏହି ଫିଲ୍ମର ସୁଟିଂ ନିକଟରେ ଶେଷ ହୋଇଛି। ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More