Only for Entertainment

ପୁଣିଥରେ ପ୍ରେମରେ ପଡିଲେ କି ଦବଙ୍ଗ ଖାନ ? ପ୍ରଶଂସକ ଦେଲେ କମେଂଟ !

Instagram
0 69

ବଲିଉଡ ସୁପରଷ୍ଟାର ସଲମାନ ଖାନ ଗତ କିଛି ଦିନ ହେବ ଫିଲ୍ମ ‘ରେସ୩’ର ପ୍ରମୋସନ ଜୋର-ସୋରରେ କରିବାରେ ଲାଗିପଡିଛନ୍ତି । ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମର ପ୍ରଥମ ସଙ୍ଗ ହିରିୟେ..ରେ ସଲମାନ ଏବଂ ଜ୍ୟାକଲିନଙ୍କ କେମେଷ୍ଟ୍ରି ଧୁମ ମଚାଇଥିଲା ଏବଂ ଏହାକୁ ଏବେ ପର୍ଯ୍ୟନ୍ତ ୨୫ମିଲିଅନରୁ ଅଧିକ ଥର ଦେଖା ଯାଇସାରିଲାଣି । ରେସ-୩ର ପ୍ରମୋସନ ସଲମାନ ସୋସିଆଲ ମିଡିଆରେ ମଧ୍ୟ କରିଛନ୍ତି । ଗୁରୁବାରେ ଦିନ ସଲମାନ ଅଭିନେତ୍ରୀ ଜ୍ୟାକଲିନଙ୍କର ଏଖ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

‪How chweet iz she lukin 🙂 . @jacquelinef143

A post shared by Salman Khan (@beingsalmankhan) on

ଏହି ଫଟୋକୁ ନେଇ ପ୍ରଶସଂକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଜାହିର କରିଛନ୍ତି । ସଲମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ଜ୍ୟାକଲିନ ଏକ ସୁନ୍ଦର ସ୍ଥାନରେ ନାଲି ରଂଗର ସିଫନ ଶାଢୀରେ ନଜର ଆସିଛନ୍ତି । ଏହାକୁ ପୋଷ୍ଟ କରି ସଲମାନ ଲେଖିଛନ୍ତି “ଜ୍ୟାକଲିନ କେତେ ସ୍ୱିଟ ଦିଶୁଛନ୍ତି” । ଏହି ଫଟୋକୁ ୧ଘଂଟା ମଧ୍ୟରେ ୩ଲକ୍ଷରୁ ଅଧିକ ଲାଇକ ମିଳି ସାରିଲାଣି ।

ଫଟୋରୁ ଜଣାପଡୁଛି ଯେ ଏହା ଫିଲ୍ମର ରୋମାଂଟିକ ଗୀତର ସିନ ଅଟେ । ଯେଉଁଥିରେ ସଲମାନଙ୍କ ସହ ରୋମାନ୍ସ କରୁଥିବାର ନଜରକୁ ଆସିବେ । ମାତ୍ର ସଲମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋର କ୍ୟାପସନ ପଢି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଭିନ୍ନ ଭିନ୍ନ କମେଂଟ କରିଥିଲେ । ୟୁଜର୍ସଙ୍କ କମେଂଟରେ ଲେଖା ଥିଲା ଯେ ଭାଇ ପୁଣି ପ୍ରେମରେ ପଡିଗଲ ପୁଣି ଧୋକା ଖାଇବ । ଏହି ଭଳି ଅନେକ କମେଂଟ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More