Only for Entertainment

ଆଖି ମାରିବା ପରେ ଏବେ ବନ୍ଧୁକ ମୁନରେ ଘାଇଲା କରୁଛନ୍ତି ପ୍ରିୟା !

youtube
0 60

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭିଡିଓ ଦୃତ ଗତିରେ ଭାଇରାଏ ହେବାରେ ଲାଗିଛି । ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ କିଛି ଘଂଟା ମଧ୍ୟରେ ନାମୀଦାମୀ ଅଭିନେତ୍ରୀଙ୍କୁ ପଛରେ ପକାଇ ଇନଷ୍ଟାଗ୍ରାମ ଆକାଉଂଟରେ ଟପ-୩ ରେସରେ ନିଜକୁ ସାମିଲ କରିବାରେ ସକ୍ଷମ ହୋଇଛନ୍ତି । ପ୍ରିୟା ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ ସେଲିବ୍ରେଟୀ । ୩ ଦିନ ମଧ୍ୟରେ ପ୍ରିୟାଙ୍କ ଫ୍ୟାନ ଫଲୋର୍ସ ଇଂଷ୍ଟାଗ୍ରାମରେ ୨୦ ଲକ୍ଷରୁ ଅଧିକ ହୋଇଛନ୍ତି । ତେବେ ଭାଲେଂଟାଇନ ଡେ ପାଇଁ ରିଲିଜ ହୋଇଛି ପ୍ରିୟାଙ୍କ ଅଭିନୀତ ମଲୟାଲାମ ଫିଲ୍ମ ‘ଓରୁ ଅଦାର ଲଭ୍ର ଗୀତ’ । ଏହି ଗୀତରେ ପ୍ରିୟାଙ୍କର ଆଖିମରା ଅନ୍ଦାଜରେ ପାଗଳ ହୋଇଛନ୍ତି ଲକ୍ଷ ଲକ୍ଷ ଯୁବପିଢୀ ।

ପ୍ରେମ ସପ୍ତାହରେ ଏହି ଭିଡିଓ ଭାଇରାଲ ହୋଇଥିବାରୁ ଏହା ଅନେକଙ୍କ ମନକୁ ଜିତି ପାରିଛି । ଏହି ଭିଡିଓ ପରେ ପରେ ତାଙ୍କର ଆଉ ଏକ ଭିଡିଓ ଆଜି ଭାଲେଂଟାଇନ ଦିବସରେ ସୋସିଆଲ ମିଡିଆରେ ପୁଣି ଚହଳ ପକାଇଛି । ଦେଖନ୍ତୁ ଏହି ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More