Only for Entertainment

ଖୁବ ଶୀଘ୍ର ରିଲିଜ ହେବା ‘ମେଣ୍ଟାଲ ହେ କ୍ୟା’ର ଟ୍ରେଲର, ମୋଶନ ପୋଷ୍ଟର ସେୟାର କରି ଦେଲେ ସୂଚନା

google
23

ବଲିଉଡ ଷ୍ଟାର କଙ୍ଗନା ରଣାୱତ ଏବଂ ଅଭିନେତ୍ରୀ ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମ ମେକର୍ସ ଏହାର ଘୋଷଣା ଏକ ମୋଶନ ପୋଷ୍ଟର ଜରିଆରେ କରିଛନ୍ତି । ଏହି ଫିଲ୍ମରେ ରାଜକୁମାର ରାଓ ଏବଂ କଙ୍ଗନା ରାଣାୱତ ଦ୍ୱିତୀୟ ଥର ପାଇଁ ବଡ ପରଦାରେ ନଜର ଆସିବେ ।

ଏହା ପୂର୍ବରୁ ଏହି ଦୁଇ ଷ୍ଟାର ଫିଲ୍ମ କ୍ୱିନରେ ଏକା ସହିତ କାମ କରିଥିଲେ । କିନ୍ତୁ ଫିଲ୍ମରେ ରାଜକୁମାରଙ୍କ ଭୂମିକା ଖୁବ ଛୋଟ ଥିଲା । ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ରେ ରାଜ କୁମାର ରାଓ ଏବଂ କଙ୍ଗନା ମାନସିକ ରୋଗୀ ଭୂମିକାରେ ନଜର ଆସିବେ । ଫିଲ୍ମର ପୋଷ୍ଟର ଦେଖିଲେ ହିଁ ଏହା ଜଣାପଡୁଛି । ଫିଲ୍ମରେ ଦୁହିଁଙ୍କ ବ୍ୟତିତ ଜିମ୍ମୀ ଶେରଗିଲ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମଟି ଏକତା କପୁରଙ୍କ ବ୍ୟାନର ବାଲାଜୀ ଟେଲିଫିଲ୍ମସ ତଳେ ନିର୍ମାଣ ହେଉଛି ।

ଫିଲ୍ମ ୨୬ ଜୁଲାଇରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ପ୍ରଥମେ ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’ ସହିତ ବକ୍ସ ଅଫିସରେ ରିଲିଜ ହୋଇଥାନ୍ତା । କିନ୍ତୁ ପରେ ଏକତା କପୁର ନିଜ ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More