Only for Entertainment

ସିଗାରେଟ କାରଣରୁ ଅଚାନକ ୧୦ ହଜାର ଫୁଟ ତଳକୁ ଆସିଗଲା ବିମାନ, ହଡ଼ବଡ଼ ହୋଇଗଲେ ଯାତ୍ରୀ ।

punjabkesari
0 91

ଚୀନରେ ସରକାରୀ ଏୟରଲାଇନ୍ସ ଏୟର ଚାଇନାରେ ଏକ ଅଜବ ଅଘଟଣ ହୋଇଥିବା ମାମଲା ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ସେଠାରେ ବିବାନର ଏକ କୋ ପାଇଲଟ ବିମାନରେ ସିଗାରେଟ ଟାଣିବାକୁ ଲାଗିଲେ ଓ ଧୂଆଁ ଭର୍ତ୍ତି ହୋଇଯିବାରୁ ଫ୍ଲାଇଟ ଅଚାନକ ୧୦ ହଜାର ଫୁଟ ତଳକୁ ଆସିଗଲା ।

ଘଟଣା ୧୦ ଜୁଲାଇର । ଯେତେବେଳେ ଏୟାର ଚାଇନାର ଫ୍ଲାଇଟ ହଙ୍ଗକଙ୍ଗରୁ ଉଡ଼ିବାକୁ ଲାଗିଲା ,ଫ୍ଲାଇଟ ଅଚାନକ ୩୫ ହଜାର ଫୁଟରୁ ୨୫ ହଜାର ଫୁଟ ପର୍ଯ୍ୟନ୍ତ ତଳକୁ ଆସିଗଲା । ଏହା ଦ୍ୱାରା ଅକ୍ସିଜେନ ମାସ୍କ ତଳକୁ ଆସିଗଲା । ମିଡିଆ ରିପୋର୍ଟ ଅନୁସାରେ ଏୟାର ଚାଇନାର ଜଣେ ଅଧିକାରୀ ଘଟଣାକୁ ନେଇ କହିଲେଯେ ଘଟଣା ପରେ ଯାଂଚ ଆଦେଶ ଦିଆଯାଇଛି ।

ଅଧିକାରୀଙ୍କ କହିବା ଅନୁସାରେ ଘଟଣା ଯଦି ଚାଳକ ଦଳଙ୍କ ଅବହେଳା ସାମ୍ନାକୁ ଆସେ ତେବେ କମ୍ପାନୀ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ତଦାରଖ କରିବ । ପିପୁଲ୍ସ ଡେଲି ,କମ୍ୟୁନିମେସନ ପାର୍ଟି ଅଫ ଚାଇନା ନିଜ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତିଯେ ଏବିଏସନ ଅଥୋରିଟି ପ୍ରାରମ୍ଭିକ ଯାଂଚରେ ପାଇଲେଯେ କୋ ପାଏଲଟ ଇଲେକ୍ଟ୍ରୋନିକ ସିଗାରେଟ ପିଉଥିଲା । ଧୂଆଁ ଭିତରକୁ ନ ଯିବା ପାଇଁ ସେ ଏୟାର କଣ୍ଡିସନ ବନ୍ଦ କରି ଦେଇଥିଲା ତେଣୁ ଏହି କାରଣରୁ ଫ୍ଲାଇଟ ହଠାତ ତଳକୁ ଆସିଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More