ଦୀର୍ଘ ସମୟ ଧରି ଏସିରେ ରହୁଛନ୍ତି କି? ହୋଇପାରେ ଏହି ସମସ୍ତ ସମସ୍ୟା ।
ସାଧାରଣତଃ ଖରାପାଗ ହେଉ କି ଶୀତ, କିନ୍ତୁ ଏସି ବା (ଏୟାର୍ କଣ୍ଡିସ୍ନର) ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେଣିକି ସେ ଘର,ଦୋକାନ ,ସପିଂ ମଲ୍ କିମ୍ବା କାର୍ଯ୍ୟାଳୟ ସବୁଠି ଏସିର ବ୍ୟବହାର ବଢ଼ିଚାଲିଛି। ତେଣୁ ଲଗାତାର ଏସି ମଧ୍ୟରେ ବସି କାମ କରିବା ଯୋଗୁଁ ନା ଯେ କେବଳ ଆମର ଆଣ୍ଠୁଜନିତ ଦରଜ ସମସ୍ୟା ହୁଏ, ତାହା ନୁହେଁ ବରଂ ଏହା ଆମ ଶରୀରରେ ରହିଥିବା ସମସ୍ତ ଗଣ୍ଠିରେ ଦରଜ ହୋଇଥାଏ।
୧-ମୁଖ୍ୟତଃ କାର୍ଯ୍ୟାଳୟରେ ଆମେ ୮ ଘଣ୍ଟାରୁ ଅଧିକ ସମୟ ବିତାଇଥାଉ। ଏଠାରେ ଏସିର ଥଣ୍ଡାପବନ ଆମ ଶରୀରକୁ ଥଣ୍ଡା ଏବଂ ଶାନ୍ତି ପ୍ରଦାନ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି କି ଲମ୍ବା ସମୟ ଧରି ଏସିରେ ବସି କାମ କରିବା ଯୋଗୁଁ ଏହା ଆମ ସ୍ୱାସ୍ଥ୍ୟଲାଗି ହାନିକାରକ ସାବସ୍ତ୍ୟ ହୁଏ। କାରଣ ଏସିର ତାପମାତ୍ରା ଅଧିକ ବା କମ୍ କରିବା ଯୋଗୁଁ ମୁଣ୍ଡବ୍ୟଥା ଜନିତ ସମସ୍ୟା ଉପୁଜିଥାଏ। କାରଣ ମସ୍ତିଷ୍କର ଶିରାପ୍ରଶିରା ଏସିର କମ୍ ତାପମାତ୍ରାକୁ ସହିବାକୁ ସକ୍ଷମ ହୋଇନଥାଏ।