Only for Entertainment

କେବେ ଐଶ୍ଚର୍ଯ୍ୟାଙ୍କୁ କହିଥିଲେ ଆଂଟି,ଏବେ ଫୋନ କରି ଦେଲେ ବିବାହ ନିମନ୍ତ୍ରଣ ।

youtube
0 49

ଐଶ୍ଚର୍ଯ୍ୟା ରାୟ ଏବଂ ସୋନମ କପୁରଙ୍କ ମଧ୍ୟରେ କୋଲ୍ଡ ୱାର ସର୍ବଦା ଜାରି ରହିଥାଏ । ଏହି ମଧ୍ୟରେ ସୋନମଙ୍କ ବିବାହରେ ଐଶ୍ଚର୍ଯ୍ୟାଙ୍କର ପହଂଚିବା ପ୍ରାୟ ଅସମ୍ଭବ । କିନ୍ତୁ ଏକ ମିଡିଆ ରିପୋର୍ଟ ଅନୁସାରେ ସୋନମ ପୁରୁଣା କଥାକୁ ଭୁଲି ଯାଇ ଐଶ୍ଚର୍ଯ୍ୟାଙ୍କୁ ଫୋନ କରି ବିବାହ ନିମନ୍ତ୍ରଣ ଦେଇଛନ୍ତି ।
ଏକ ପାର୍ଟିରେ ସୋନମଙ୍କ ମା ଐଶଙ୍କୁ ଭେଟିଥିଲେ,ସେଠାରେ ସେ ତାଙ୍କୁ ସୋନମଙ୍କ ବିବାହକୁ ଆସିବକୁ ନିମନ୍ତ୍ରଣ ଦେଇଥିଲେ ।
ବାସ୍ତବରେ ୨୦୦୯ରେ ଐଶ ସୋନମଙ୍କ ସହିତ ରେଡ କାର୍ପେଟରେ ଏକା ସାଙ୍ଗରେ ଯିବାକୁ ମନା କରିଦେଇଥିଲେ । ଏହି ବିବାଦ ଏଠାରେ କମିନଥିଲା । ସୋନମ ଐଶଙ୍କୁ ଆଂଟି ବୋଲିି କହି ଦେଇଥିଲେ । ତାହା ଐଶଙ୍କୁ ପସନ୍ଦ ଆସିନଥିଲା । ସେହି ଦିନଠାରୁ ଦୁଇଜଣଙ୍କ ସଂପର୍କରେ ତିକ୍ତତା ଆସିଥିଲା । ସେନମ କେତେକ ମୌକାରେ ମୁହଁ ଖୋଲି କହିଦିଅନ୍ତି,କିନ୍ତୁ ଐଶ ଚୁପ ରୁହନ୍ତି । ଏବେ ବିବାହରେ ଐଶ ଯୋଗ ଦେବେ କି ନାହିଁ ତାହା ପରେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More