Only for Entertainment

ବିବାହ ସମୟରେ ଏହି ଶବ୍ଦର ଅର୍ଥ ଜାଣି ନଥିଲେ ଐଶ୍ଚର୍ଯ୍ୟା

youtube
48

ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଫିଲ୍ମ ଗୁରୁର ସୁଟିଂ ସମୟରେ ପରସ୍ପରକୁ ଭଲ ପାଇ ବସିଥିଲେ । ଯାହା ପରେ ୨୦୦୭ରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ । କିଛି ଦିନ ତଳେ ଐଶ୍ଚର୍ଯ୍ୟା ପୁରୁଣା କଥାକୁ ମନେ ପକାଇବା ସହ କିଭଳି ଅଭିଷେକ ତାଙ୍କୁ ବିବାହର ପ୍ରସ୍ତାବ ଦେବା ପରେ ସେ ତୁରନ୍ତ ବିବାହ କରି ନେଇଥିଲେ ସେ ବିଷୟରେ ଜଣାଇଥିଲେ ।

ତାଙ୍କ କହିବା ଅନୁଯାୟୀ, ସେ ମୋତେ ପ୍ରସ୍ତାବ ଦେଲେ । ଯାହା ମୋ ପାଇଁ ଖୁସିର କଥା ଥିଲା । ସେ ସମୟରେ ମୋତେ ‘ରୋକା’ର ଅର୍ଥ ଜଣା ନଥିଲା । ମୁଁ ଦକ୍ଷିଣ ଭାରତୀୟ ହୋଇଥିବାରୁ ମୋତେ ସେ ବିଷୟରେ କିଛି ବି ଜଣା ନଥିଲା । ହଠାତ୍‌ ଅଭିଷେକଙ୍କ ଘରୁ ଫୋନ ଆସିବା ସହ ସେମାନେ ଆମ ଘରକୁ ଆସୁଥିବା କଥା କହିଥିଲେ । ଏହା ସହ ଅଭିଷେକ ମୋତେ ‘ରୋକା’ କରିବା କଥା ମଧ୍ୟ କହିଥିଲେ । ସେ ସମୟରେ ଘରେ ମୋ ମାତା-ପିତା ନଥିବାରୁ ‘ରୋକା’ କ’ଣ ବୋଲି ମୁଁ ବୁଝି ପାରି ନଥିଲି । ପରେ ମୋତେ ସେ ଶବ୍ଦର ଅର୍ଥ ଏବଂ ତା’ର ମହତ୍ତ୍ୱ ଜଣା ପଡ଼ିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More