Only for Entertainment

ଜିଦରେ ଅଟଳ ଐଶ୍ୱର୍ଯ୍ୟା, ରଖିଲେ ୧୦ କୋଟିର ଦାବି

WallpaperSite
0 35

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜିଦରେ ଅଟଳ । ତାଙ୍କୁ ଯେତେ ବୁଝାଇଲେ କ’ଣ ହେବ ସେ ନିଜ କଥାରୁ ହଟିବାକୁ ନାରାଜ । ସେପଟେ ଫିଲ୍ମର ପ୍ରଯୋଜକ ପ୍ରେରଣା ଆରୋରା ତାଙ୍କୁ ସାଇନ୍ କରାଇବେ କି ନାହିଁ ଶେଷ ନିଷ୍ପତ୍ତି ନେଇ ପାରୁନାହାଁନ୍ତି । କଥା ଟା କ’ଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ପୁରା ଘଟଣାଟି କ’ଣ ।

୧୯୬୭ରେ ନିର୍ମିତ ତଥା ନର୍ଗିସ ଦତ୍ତଙ୍କ ଅଭିନୀତ ‘ରାତ୍ ଔର ଦିନ୍’ର ରିମେକ୍ ହେବାକୁ ଯାଉଛି । ଏହି ଭୂମିକା ପାଇଁ ଐଶ୍ୱର୍ଯ୍ୟା ରାୟଙ୍କୁ ଅଫର ଦିଆଯାଇଥିଲା । କାହାଣୀ ଶୁଣିବା ପରେ ସେ ହଁ ମଧ୍ୟ କରିଥିଲେ । ହେଲେ ଯେତେବେଳେ ରେମ୍ୟୁନିନେଶନ କଥା ପଡିଲା ସେତେବେଳେ ଏଥିପାଇଁ ଐଶ୍ୱର୍ଯ୍ୟା ୧୦ କୋଟି ଡିମାଣ୍ଡ କରିଥିଲେ । ଏକଥା ଶୁଣିବା ପରେ ଦୋଛକିରେ ପଡିଯାଇଥିଲେ ପ୍ରଯୋଜକ ।

ଏ ସମ୍ପର୍କରେ ଐଶ୍ୱର୍ଯ୍ୟା କହିଛନ୍ତି, ‘ମୁଁ ରେମ୍ୟୁନିନେଶନ ଭାବରେ ଯେତିକି ଡିମାଣ୍ଡ କରିଛି ତା’ ପଛରେ କାରଣ ରହିଛି । ଭୂମିକା ଅନୁସାରେ ମୋ କଥା ମୁଁ କହିଦେଇଛି । ତେଣିକି ପ୍ରଯୋଜକ ଏ ନେଇ କି ନିଷ୍ପତ୍ତି ନେଉଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ନିର୍ଭର କରେ ।’ ତେବେ ଐଶ୍ୱର୍ଯ୍ୟା ନିଜର ପ୍ରାଇସ କମାଉଛନ୍ତି କି ୧୦ କୋଟି ନେଉଛନ୍ତି ତାହା ଖୁବ ଶୀଘ୍ର ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More