Only for Entertainment

ଅକ୍ଟୋବରରୁ ଆରମ୍ଭ ହେବ ଐଶ୍ -ଅଭିଷେକଙ୍କ ଆଗାମୀ ଫିଲ୍ମ ‘ଗୁଲାବ ଜାମୁନ’ର ସୁଟିଂ ।

Bollywoodlife
0 26

ବଲିଉଡ଼ର ରିୟଲ ଲାଇଫ କପୁଲ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ୮ ବର୍ଷ ପରେ ଏକାଠି ଅଭିନୟ କରିବେ । ଶେଷଥର ପାଇଁ ୨୦୧୦ରେ ନିର୍ଦ୍ଦେଶକ ମଣିରତ୍ନଙ୍କ ଫିଲ୍ମ ‘ରାବଣ’ରେ ନଜର ଆସିଥିଲେ ଏହି ଯୋଡି । ସେବେଠାରୁ ବିଭିନ୍ନ ପ୍ରୋଜେକ୍ଟରେ ଐଶ୍ -ଅଭିଷେକ ଏକାଠି ଆସିବେ ବୋଲି ଗୁଜବ ଉଠିଥିଲେ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳିନଥିଲା ।

ତେବେ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଫିଲ୍ମରେ ଦୁହେଁ ଏକାଠି ନଜର ଆସିବେ । ଫିଲ୍ମର ଟାଇଟଲ ରହିଛି ‘ଗୁଲାବ ଜାମୁନ’ । ଫିଲ୍ମ୍ମର ସୁଟିଂ ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଭାଗର ସୁଟିଂ ମୁମ୍ବାଇରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ଦ୍ଦେଶକ ଅନୁରାଗ । ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରିବାକୁ ସ୍ଥିର କରାଯାଇଛି ।

ଏପଟେ ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଫେରିବା ପରେ ଫିଲ୍ମ ‘ଫନ୍ନ ଖାନ’ ମାଧ୍ୟମରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଦେଇଛନ୍ତି । ସହିପରି ଅଭିଷେକ ବଚ୍ଚନ ୨ ବର୍ଷ ପରେ ମନମର୍ଜିୟାଁ ଜରିଆରେ ବଲିଉଡକୁ ଫେରିଛନ୍ତି । ଫିଲ୍ମରେ ତାଙ୍କ ସହିତ ତାପସୀ ପନ୍ନୁ ଏବଂ ବିକି କୌଶଲ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More