Only for Entertainment

ସିଙ୍ଗରଙ୍କ ସହ ଐଶ କଲେ ଏଭଳି ଫଟୋସୁଟ, ଅଭିଷେକଙ୍କୁ ହୋଇପାରେ ଇର୍ଷା !

amarujala
0 35

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲୋକପ୍ରିୟତା ଲଗାତାର ବଢିଚାଲିଛି । ତାଙ୍କର ଫିଲ୍ମ ହେଉ, ଆୱାର୍ଡ ସୋ ହେଉ କିମ୍ବା କୌଣସି ଷ୍ଟାଇଲ ଟ୍ରିଟମେଂଟ ଐଶ୍ ନିଜକୁ ସମସ୍ତ ସ୍ଥାନରେ ପ୍ରମାଣ କରିପାରିଛନ୍ତି । ଏଭଳି କିଛି ଅନ୍ଦାଜ ପୁଣି ଥରେ ଦେଖିବାକୁ ମିଳିଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଆମେରିକାନ ର୍ୟାପର ଫୈରେଲ ୱିଲିୟମସ ଏବଂ ଐଶ୍ ବୋଗ ମାଗାଜିନ ପାଇଁ ଫଟୋସୁଟ କରାଇଛନ୍ତି ।

ଫୈରେଲ ୱିଲିୟମ୍ସ ଏବଂ ଐଶଙ୍କ କୁଲ ଅନ୍ଦାଜ ମିଡିଆରେ ଖୁବ ପ୍ରଶଂସା କରାଯାଉଛି । ଦୁହିଁଙ୍କ ଫଟୋସୁଟର ଫଟୋ ସୋସିଆଲ ମିହଇଆରେ ଖୁବ ଭାଇରାଲ ହୋଇଛି । ଦୂହେଁ ଚଳିତ ମାସରେ ଆସିବାକୁ ଥିବା ବୋଗ ମାଗାଜିନ ପାଇଁ ଏଭଳି ଫଟୋସୁଟ କରାଇଛନ୍ତି । କଭର ପେଜରେ ନୀଳ ରଂଗର ଗାଉନ ପିନ୍ଧି ଐଶ୍ୱର୍ଯ୍ୟା ଖୁବ ସୁନ୍ଦର ନଜର ଆସିଛନ୍ତି ।

ଫୈରେଲ ଜଣେ ପ୍ରସିଦ୍ଧ ସିଂଗର ଅଟନ୍ତି । ସେ ୧୧ଥର ଗ୍ରେମୀ ଆୱାର୍ଡ ପ୍ରାପ୍ତ କରିସାରିଲେଣି । ଐଶଙ୍କ ଫିଲ୍ମ ଦୁନିଆର କଥା ହେଉଛି ସେ ଫିଲ୍ମ ଫନ୍ନେ ଖାଁଙ୍କ ସୁଟିଂରେ ବ୍ୟସ୍ତ ରହୁଛନ୍ତି । ଏହି ଳ୍ଲ୍ରେ ଐଶଙ୍କ ବ୍ୟତୀତ ଅନୀଲ କପୁର ଏବଂ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହାବ୍ୟତୀତ ଐଶ୍ ରାୟ ବଚ୍ଚନ ୧୯୬୪ରେ ଆସିଥିବା ସାଇକୋଲଜିକଲ ଥ୍ରିଲର ‘ବୋ କୌନ ଥି’ ସିକ୍ୱେଲରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସାହିଦ କପୁର ନଜର ଆସିବେ ବୋଲି ଖବର ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More