Only for Entertainment

‘ଫନ୍ନେ ଖାନ୍’ ସେଟରୁ ଲିକ ହେଲା ଐଶ୍ୱର୍ଯ୍ୟା ଡ୍ୟାନ୍ସ ଭିଡିଓ, ଦେଖନ୍ତୁ ।

DNA India
0 41

ଆଗାମୀ ଫିଲ୍ମ ‘ଫନ୍ନେ ଖାନ୍’ ଜରିଆରେ ଅନେକ ଦିନ ପରେ ପରଦାକୁ ଫେରୁଛନ୍ତି ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଫିଲ୍ମ ଐଶ୍ୱର୍ଯ୍ୟା, ରାଜକୁମାର୍ ରାଓ ଓ ଅନୀଲ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ନିକଟରେ ରିଲିଜ ହୋଇଥିବା ଟିଜରରେ ଐଶଙ୍କ ଜବରଦସ୍ତ ଲୁକ ଦର୍ଶକଙ୍କୁ ବି ବେଶ ପସନ୍ଦ ଆସିଛି । ଫିଲ୍ମରେ ଐଶ୍ୱର୍ଯ୍ୟା ଏକ ମାଆ ଚରିତ୍ରରେ ନଜର ଆସିବେ, ଯିଏ ନିଜ ଝିଅକୁ ମ୍ୟୁଜିସିଆନ୍ କରିବାର ସ୍ୱପ୍ନ ଦେଖନ୍ତି । ତେବେ ଏହି ସିନେମାର ସୁଟିଂ ଜାରି ରହିଥିବାବେଳେ, ଏବେ ସୁଟିଂ ସେଟରୁ ଐଶଙ୍କ ଏକ ଭିଡିଓ ଲିକ୍ ହୋଇଛି ।

 

Last day of #fanneykhan ❤

A post shared by ashwaryaraifanz (@ashwaryaraifanz) on

ଭିଡିଓରେ ଐଶ୍ୱର୍ଯ୍ୟା ନିଜ ମେକ ଅପ୍ ଆର୍ଟିଷ୍ଟଙ୍କୁ ଡ୍ୟାନ୍ସ ମୁଭ ଶିଖାଇବାରେ ନଜର ଆସିଛନ୍ତି । ଫିଲ୍ମରେ ଇଣ୍ଡିଆନ୍ ମଡୋନା ଭାବେ ନଜର ଆସିବେ ଐଶ୍ । ଆଉ ନିଜର ଏହି ଖାସ୍ ଚରିତ୍ର ପାଇଁ ଢେର୍ ପରିଶ୍ରମ କରିଛନ୍ତି ଐଶ୍ୱର୍ଯ୍ୟା । ଫିଲ୍ମ ଅଗଷ୍ଟ ୩ରେ ରିଲିଜ ହେବ । ଟିଜର ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଫିଲ୍ମ ମଧ୍ୟ ବକ୍ସ ଅଫିସରେ କମାଲ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More